ତ୍ରିକୂଟ
ଦେଖଣା
ତ୍ରିକୂଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ତ୍ରି= ତିନି, କୂଟ=ଶୃଙ୍ଗଯାହାର)
[ସମ୍ପାଦନା]ତିନି ଶୃଙ୍ଗବିଶିଷ୍ଟ —Three-horned; three peaked; having three peaks.
ବିଶେଷ୍ୟ -
[ସମ୍ପାଦନା]- ୧. (ପୁରାଣ ମତେ) ଲବଣ ସମୁଦ୍ର ମଧ୍ୟରେ ଅବସ୍ଥିତ ତିନିଗୋଟି ଶିଖରବିଶିଷ୍ଟ ପର୍ବତ (ଯାହା ଉପରେ ଲଙ୍କା ଅବସ୍ଥିତ) —୧. Name of a mythological sea-girt mountain with three peaks on which Ceylon stands (Hindu mythology).
- ୨. (ପୁରାଣ ମତେ) କ୍ଷୀର ସମୁଦ୍ରସ୍ଥ ପର୍ବତ, ଯହିଁରେ ସୁନା ରୂପା ଓ ଲୌହର ୩ଟି ଶୃଙ୍ଗ ଅଛି ଓ ଯହିଁରେ ବୈକୁଣ୍ଠ ଅବସ୍ଥିତ —୨. Name of a mythological mountain with three peaks (of gold, silver and iron respectively) in the mythical ocean of milk on which stands Bishnu's abode.
ପର୍ବତ ତ୍ରିକୂଟ ଯେ ନାମ, ସର୍ବ ସମ୍ପଦ ମୂଳ ଧାମ—ଜଗନ୍ନାଥ. ଭାଗବତ
- ୩. ସାମୁଦ୍ରିକ ଲବଣ —୩. Sea-salt.
- ୪. ଯୋଗ ଶାସ୍ତ୍ରୋକ୍ତ ଶରୀରାଭ୍ୟନ୍ତରସ୍ଥ ସ୍ଥାନ; ତ୍ରିକୁଟ — ୪. Name of an imaginary point inside the body of man on which one has to concentrate his inner sight while practising j̄oga'.
ଅକାର ମକାର ଉକାର ତିନି, ତ୍ରିକୂଟ ତାହାକୁ ବୋଲି ଫାଲ୍ଗୁନି— ପ୍ରାଚୀ. ପରଚେଗୀତା
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ତିନିଗୋଟି ଗ୍ରାମର କେନ୍ଦ୍ର ସ୍ଥଳ — The centre of three villages.