ତ୍ରିଫଳା
ଦେଖଣା
ତ୍ରିଫଳା
ଉଚ୍ଚାରଣ
[ସମ୍ପାଦନା](ତ୍ରିଫଳୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତ୍ରି+ଫଳ; ସମାହାର ଦ୍ୱିଗୁ)
[ସମ୍ପାଦନା]ହରିଡ଼ା, ବାହାଡ଼ା ଓ ଅଏଁଳା ଏହି ତିନି ଫଳର ସଂଯୋଗ — A combination of myrobalan, belleric myrobalan and emblic myrobalan (prescribed in the Āyurbeda).
[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ଏହା ଚକ୍ଷୂର ହିତକର, ଅଗ୍ନି— ଦୀପକ, ରୁଚିକାରକ ଓ ସାରକ; ଏହା କଫ, ପିତ୍ତ, ମେହ, କୁଷ୍ଠ ଓ ବିଷମ ଜ୍ୱର ବିନାଶକ; ଏଥିରେ ଚୂର୍ଣ୍ଣ କରିବାକୁ ହେଲେ ୧ ଭାଗ ହରିଡ଼ା, ୨ ଭାଗ ବାହାଡ଼ା ଓ ୩ ଭାଗ ଅଅଁଳା ମିଶାଇବାକୁ ହୁଏ ତ୍ରିଫଳାରେ ନାନାପ୍ରକାର କ୍ୱାଥ, ପାଚନ, ଘୃତ ଓ ତୈଳ ପ୍ରସ୍ତୁତ ହୁଏ]