Jump to content

ତ୍ରିବେଣୀ

ଉଇକିଅଭିଧାନ‌ରୁ

ତ୍ରିବେଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହି; ତ୍ରି+ବେଣୀ=ପ୍ରବାହ ଯାହାର)

[ସମ୍ପାଦନା]
୧. ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମ ସ୍ଥଳ; ପ୍ରୟାଗ — ୧. Allahabad, the junction of the three streams, the Ganges, the J̄amunā and the Saraswatī.

[ଦ୍ରଷ୍ଟବ୍ୟ —ଏହି ତିନି ନଦୀ ପ୍ରଥମେ ପ୍ରୟାଗରେ (ଏଲାହାବାଦରେ) ମିଳିତ ହୋଇ ଅଛନ୍ତି ବୋଲି ଉକ୍ତ ସ୍ଥାନକୁ ଯୁକ୍ତ ବେଣୀ ଓ ବଙ୍ଗ— ଦେଶ ହୁଗୁଳୀ ନିକଟରେ ମୁକ୍ତ ହୋଇ ଅଛନ୍ତି ବୋଲି ଉକ୍ତ ସ୍ଥାନକୁ ମୁକ୍ତବେଣୀ ବୋଲାଯାଏ]

୨. ମୁଣ୍ଡ ବାଳରେ କରାଯାଇଥିବା ତିନି ଗୋଟି ବେଣୀ — ୨. The hair of the head plaited into three braids.
୩. ହଠଯୋଗ ଅନୁସାରେ ଶରୀରଭ୍ୟନ୍ତରରେ ଇଡ଼ା, ପିଙ୍ଗଳା ଓ ସୁକ୍ଷୂମ୍ଣା ନାଡ଼ୀ ତ୍ରୟର ସଙ୍ଗମ ସ୍ଥାନ — ୩. The imaginary meeting place of the three principal air-channels inside the body.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୁରୀ ଜିଲ୍ଲାରେ ପ୍ରାଚୀ ନଦୀର ଗୋଟିଏ ତୀର୍ଥସ୍ନାନ— ଘାଟ —୧. Name of a sacred bathing place in the old Prāchī river in the district of puri.

[ଦ୍ରଷ୍ଟବ୍ୟ —ଏହା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ନିକଟରେ ଅବସ୍ଥିତ ଏଠାରେ ମାଘ ଅମାବାସ୍ୟା ଦିନ ବୁଡ଼ ପଡ଼େ ଓ ୭ ଦିନ ପର୍ଯ୍ୟନ୍ତ ମେଳା ହୁଏ]

୨. ବଙ୍ଗଦେଶରେ ଗଙ୍ଗା ଓ ଭାଗୀରଥୀଙ୍କ ସଙ୍ଗମସ୍ଥଳ— ତ୍ରିବେଣୀଘାଟ (ଦେଖ) - —Name of a place in the Hooghli district of Bengal where two other rovers meet the Ganges.

[ଦ୍ରଷ୍ଟବ୍ୟ —ଏଠାରେ ମାଘ ଅମାବାସ୍ୟା ଦିନ ସ୍ନାନଯୋଗ ପଡ଼େ]