Jump to content

ତ୍ରିଯୁଗୀ ନାରାୟଣ

ଉଇକିଅଭିଧାନ‌ରୁ

ତ୍ରିଯୁଗୀ ନାରାୟଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଉତ୍ତର ଭାରତର ତୀର୍ଥବିଶେଷ — Name of a place of pilgrimage in Northern India.

[ଦ୍ରଷ୍ଟବ୍ୟ —ଏହା ରୁଦ୍ରପ୍ରୟୋଗଠାରୁ ୩୭: ମାଇଲ ଦୂରରେ ଅବସ୍ଥିତ ଏଠାରେ ଅଷ୍ଟ ଧାତୁ ନିର୍ମିତ ଚତୁର୍ଭୂଜ ବିଷ୍ଣୁମୂର୍ତ୍ତି ତ୍ରିଯୁଗୀ ନାରାୟଣଙ୍କର ମନ୍ଦିର ଅବସ୍ଥିତ ଏହି ମନ୍ଦିର ସମ୍ମୁଖରେ ଗୋଟିଏ ଅଗ୍ନିକୁଣ୍ଡ ସର୍ବଦା ପ୍ରଜ୍ୱଳିତ ରହିଅଛି

ଶ୍ରୀହରପାର୍ବତୀଙ୍କ ବିବାହ ସମୟରେ ପ୍ରଜ୍ୱଳିତ ହୋମକୁଣ୍ଡର ଅଗ୍ନି ତିନିଯୁଗ ହେଲା ଜାଗ୍ରତ ଅବସ୍ଥାରେ ରଖା ହୋଇଥିବାର ବିଶ୍ୱାସ କାଳକ୍ରମେ ଚଳି ଆସୁଅଛି ଏଠାର ପଣ୍ଡାମାନେ କୁଣ୍ଡମଧ୍ୟରେ କାଷ୍ଠ ନକ୍ଷେପ କରି ଅଗ୍ନିକୁ ସର୍ବଦା ପ୍ରଜ୍ୱଳିତ ଅବସ୍ଥାରେ ରଖି ଅଛନ୍ତି ଯାତ୍ରୀମାନଙ୍କର ଏହି ଅଗ୍ନିକୁଣ୍ଡରେ ହୋମ କରିବାର ବିଧାନ ଅଛି (ମଦନମୋହନ ତୀର୍ଥଦର୍ଶନ)]