Jump to content

ତ୍ରିଶଙ୍କୁ

ଉଇକିଅଭିଧାନ‌ରୁ

ତ୍ରିଶଙ୍କୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ସୂର୍ଯ୍ୟବଂଶୀୟ ରାଜା ହରିଶ୍ଚନ୍ଦ୍ରଙ୍କ ପିତା ଓ ପୃଥୁରାଜାଙ୍କ ପୁତ୍ର —୧. Name of a king of the solar dynasty of ancient India who was stationed in a void space intermediate between the heaven and the earth.

[ଦ୍ରଷ୍ଟବ୍ୟ —ଅଯୋଧ୍ୟା ଏହାଙ୍କର ରାଜଧାନୀ ଥିଲା ଏ ସଶରୀର ସ୍ୱର୍ଗକୁ ଯିବାପାଇଁ ଯଜ୍ଞ କରିବାକୁ ଇଚ୍ଛା କରି ଆପଣାର କୁଳଗୁରୁ ବଶିଷ୍ଟ ଓ ତାଙ୍କର ପୁତ୍ରମାନଙ୍କୁ କହିବାରୁ ସେମାନେ ଅସ୍ୱୀକାର କଲେ ତତ୍ପରେ ଏ ବିଶ୍ୱାମିତ୍ରଙ୍କ ଶରଣାପନ୍ନ ହେବାରୁ ବିଶ୍ୱାମିତ୍ର ସ୍ୱୀୟ ତପଃ ପ୍ରଭାବରେ ଏହାଙ୍କୁ ସଶରୀର ସ୍ୱର୍ଗକୁ ପଠାଇଲେ ଏ ସ୍ୱର୍ଗକୁ ଯିବାରୁ ଦେବତାମାନେ ଏହାଙ୍କୁ ବାଟ ଛାଡ଼ି ଦେଲେ ନାହିଁ ଏଥିରେ ବିଶ୍ୱାମିତ୍ର କ୍ରୁଦ୍ଧ ହୋଇ ଏହାଙ୍କ ପାଇଁ ପୁଣି ଗୋଟିଏ ସ୍ୱର୍ଗଲୋକ ସୃଷ୍ଟି କରିବାକୁ ବସିବାରୁ ଦେବତାମାନେ ଅଗତ୍ୟ ଭୀତ ହୋଇ ଏ ଖସି ପଡ଼ୁଥିବା ଅର୍ଦ୍ଧପଥ ଅନ୍ତରୀକ୍ଷ ପଥରେ

ଏହାଙ୍କୁ ରହିବା ପାଇଁ ଅନୁମତି ଦେଲେ ତଦବଧି ଏ ତିନିଗୋଟି ଉଜ୍ଜ୍ୱଳ ନକ୍ଷତ୍ର ରୂପେ ନଭୋମଣ୍ଡଳର ଦକ୍ଷିଣରେ ଅବସ୍ଥାନ କରୁଅଛନ୍ତି] 
୨. ବିରାଡ଼ି —୨. A cat.
୩. ଶଲଭ; ଝିଣ୍ଟିକା —୩. A locust.
୪. ଚାତକପକ୍ଷୀ —୪. A kind of swallow.
୫. ଖଦ୍ୟୋତ —୫. A firefly.
୬. ଦକ୍ଷିଣ ଆକାଶରେ ଧ୍ରୁବ ନକ୍ଷତ୍ରର ଉତ୍ତରରେ ଥିବା ଛକ ପର ସ୍ଥିତ ନକ୍ଷତ୍ରପୁଞ୍ଜ ମଧ୍ୟରୁ ଉପରର ତିନିଗୋଟି — ୬. The three upper stars in the constellation of the Southern cross in the southern sky.