ତ୍ୟାଗ
ତ୍ୟାଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତ୍ୱଜ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ବର୍ଜନ; ପରିତ୍ୟାଗ; ବିସର୍ଯନ; କୌଣସି ପଦାର୍ଥକୁ ଆପଣାଠାରୁ ଅଲଗା କରିବା କର୍ମ —୧. Abandonment; forsaking.
- ୨. ବୈରାଗ୍ୟ; ସଂସାରର ମାୟାମମତା ତୁଟାଇବା — ୨. Renunciation of worldly ties.
[ ଦ୍ର—ହିନ୍ଦୁଶାସ୍ତ୍ରମାନଙ୍କରେ ତ୍ୟାଗ ବା ବୈରାଗ୍ୟର ମାହାତ୍ମ୍ୟ ବର୍ଣିତ ହୋଇଅଛି ତ୍ୟାଗୀ ଲୋକ ନସ୍କାମ ଓ ପରୋପକାରରତ ହୋଇ ବିଷୟ ବାସନ ଓ ସୁଖଭୋଗ ସଙ୍ଗେ କିଛି ସମ୍ଭନ୍ଧ ରଖେ ନାହିଁ ଏପରି ତ୍ୟାଗି ବ୍ୟକ୍ତି ମୁକ୍ତିର ଅଧିକାରି ଅଟେ ଭଗବଦ୍ଗୀତାରେ ଅଷ୍ଟାଦସ ଅଧ୍ୟାୟରେ ତ୍ୟାଗକୁ ସାତ୍ୱିକ (୯ମ ଶ୍ଳୋକ) ରାଜସକ (୮ମ ଶ୍ଲୋକ) ଓ ତାମସକ (୭ ମ ଶ୍ଳୋକ) ଏପରି ତିନି ଭାଗରେ ବିଭକ୍ତ କରାଯାଇଛି ତ୍ୟାଗ ସନ୍ନ୍ୟାସର ଏକ ଆବସ୍ଥା; କାମ୍ୟ ଧର୍ମର ପରିତ୍ୟାଗ ସନ୍ୟାସ ଅଟେ ଓ କର୍ମଫଳର ଆଶା ନ କରିବା ତ୍ୟାଗ ଅଟେ ଗୀତାର ମତରେ ଯଜ୍ଞ, ଦାନ ଓ ତପଃ କର୍ମମାନ ତ୍ୟାଗକରିବା ଉଚିତ ନୁହେଁ ମନୁଷ୍ୟ କର୍ମକୁ ତ୍ୟାଗ କରି ପାରିବ ନାହିଁ କିନ୍ତୁ ତର୍ମଫଳକୁ ତ୍ୟାଗ କରି ପାରିବ; ମନୁସଂହିତା ମତରେ ସଂସାରରେ ପିତା, ମାତା, ସ୍ତ୍ରୀ ଓ ସନ୍ତାନଙ୍କୁ ଛାଡ଼ି ଆଉ ସବୁକୁ ତ୍ୟାଗ କରାଯାଇପାରେ—ହି ଶବ୍ଦସାଗର]
- ୩. ଦାନ —୩. Bestowal; gift.
- ୪. ବଳିଦାନ —୫. Sacrifice.
- ୫. ନିକ୍ଷେପ —୫. Throwing away.
- ୬. ଛାଡ଼ିବା —୬. Giving up.
- ୭. ଛାଡ଼ି ଚାଲିଯିବା —୭. Desertion; quitting.
- ୮. କୌଣସି ବସ୍ତୁରୁ ଆପଣା ସମ୍ପର୍କ କାଟିବା — ୮. Cutting off one's connection with any thing.
- ୯. କର୍ମଫଳର ତ୍ୟାଗ (ଭଗବଦ୍ଗୀତା) —୯. Absence of hankering after the result of one's action.
[ ଦ୍ର—ତ୍ୟାଗ ଶବ୍ଦ ଭିନ୍ନ ବିନ୍ନ ଶବ୍ଦମାନଙ୍କ ପରେ ବ୍ୟବହୃତ ହୋଇ ଭିନ୍ନ ବିନ୍ନ ଅର୍ଥ ପ୍ରକାଶ କରେ ଯଥା—ଆତ୍ମତ୍ୟାଗ, ସ୍ୱାର୍ଥ୍ୟତ୍ୟାଗ, ସଂସାରତ୍ୟାଗ, ବିଷୟତ୍ୟାଗ, ସର୍ବସ୍ୱ ତ୍ୟାଗ, ଦେହତ୍ୟାଗ ରାଜ୍ୟତ୍ୟାଗ, ସଙ୍ଗତ୍ୟାଗ, କ୍ରୋଧ ତ୍ୟାଗ, ସ୍ତ୍ରୀ ତ୍ୟାଗ, ଅଭ୍ୟାସତ୍ୟାଗ, ଅସତ୍ୟତ୍ୟାଗ, ଇତ୍ୟାଦି]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ୱାର୍ଥ୍ୟତ୍ୟାଗ —Self-denial;self-sacrifice.
ଦେଶଜ - ବିଶେଷଣ -
[ସମ୍ପାଦନା]ତ୍ୟକ୍ତ —Deserted.
ତପ କରନ୍ତେ ଏ ତିନି ବର୍ଣ ସେ ଯେଣୁ ତ୍ୟାଚବର୍ଣ୍ଣ ଧର୍ମମାନ ସେ ବିଶ୍ୱନାଥ ବିଚିତ୍ରରାମାୟଣ