Jump to content

ତ୍ୱରା

ଉଇକିଅଭିଧାନ‌ରୁ

ତ୍ୱରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତ୍ୱର ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବେଗ ୧. Velocity; speed.
୨. ଦ୍ରୂତତା —୨. Swiftness; haste; hurry.
୩. ଜରୁରି —୩. Urgency.
୪. ଶ୍ରୀଘ୍ରତା —୪. Quickness.

ଦେଶଜ - (ପଦ୍ୟ) ବିଶେଷଣ -(ସଂସ୍କୃତ - ତ୍ୱରାବାନ୍)

[ସମ୍ପାଦନା]
୧. ତ୍ୱାରାନ୍ୱିତ — ୧. In haste.

ଦମୟନ୍ତୀ ଶୁଣିଣ ଅତି ତ୍ୱରା ହୋଇ କୃଷ୍ଣସିଂହ. ମହାଭାରତ ବନ

୨. ଉତ୍କଣ୍ଠିତ —୨. Anxious.

ଏହା ମୋର ଆଗେ କହ ତ ଯମ ରାୟେ, ଶୁଣିବାକୁ ମୋ ମନ ଅତି ତ୍ୱରା ହୁଏ କୃଷ୍ଣସିଂହ. ମହାଭାରତ ଶାନ୍ତି

୩. ଆଗ୍ରାହାନ୍ୱିତ —୩. Eager.

କାହାର ସେ ପୁତ୍ର ବୋଲାଏ ଋଷିମଣି, ଶୁଣିବାକୁ ତୋରା ହୁଏ ମୋ କର୍ଣ୍ଣ ବେନି କୃଷ୍ଣସିଂହ ମହାଭାରତ. ଅନୁଶାସନ