ଥଳ
ଦେଖଣା
ଥଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଳ)
[ସମ୍ପାଦନା]- ୧. ନଦୀର ଅଳ୍ପଜଳ ଥିବା ସ୍ଥାନ; ନଦୀର ଯେଉଁଠାରେ ଲୋକେ ଜଳରେ ପଶି ପାର ହୋଇ ପାରନ୍ତି —୧. Ford in a river.
- ୨. ଜଳର ତଳ —୨. Ground at the bottom of water.
- ୩. ସ୍ଥିତି —୩. Position.
- ୪. ସ୍ଥଳ; ଭୂଭାଗ; ଜଳହୀନ ଭୂଭାଗ —୪. Land.
ଥଳ ତେଜି ଜଳ ମରାଳେ ଦେଖି ପଶିଲେ ଲାଜେ ପ୍ରତାପ ଶଶିଶେଣା
- ୫. ସ୍ଥାନ; ଜାଗା —୫. Place.
- ୬. ପାଣି ଭିତରେ ଠିଆ ହେବାର ସ୍ଥାନ — ୬. A footing found in water.
ନଦୀ ଦିଏ ଥଳ, ବନ୍ଧୁ ଦିଏ ବଳ ଢଗ
- ୭. କ୍ଷେତ; ତୀର୍ଥ —୭. Holy place.
କପୋତେଶ୍ୱର ଶିବ ଥଳ, ନିକଟେ ଶୁଣି ନିଳାଞ୍ଚଳ ଭୂପତି, ପ୍ରେମପଞ୍ଚାମୃତ
ଅନୁବାଦ
[ସମ୍ପାଦନା]ବିଶେଷଣ -
[ସମ୍ପାଦନା]ମନୁଷ୍ୟ ପାଣିରେ ପଶି ପାର ହୋଇଯିବା ଯୋଗ୍ୟ (ନଦ୍ୟାଦି) ଅଗଭୀର —Fordable (water); not deep.
ବନ୍ଧାଅ ସେତୁ ବାନ୍ଧି ଅଚଳ, ମୁଁ ପୁଣି କିଛି ହୋଇବି ଥଳ, ପାର ହୋଇବେ ସକଳ ବଳ, କିମ୍ପାଇ ଭାଳ ହେ ବିଶ୍ୱନାଥ, ବିଚିତ୍ରରାମାୟଣ