Jump to content

ଥାଳି ମାରିବା

ଉଇକିଅଭିଧାନ‌ରୁ

ଥାଳି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ମସତୁଲ ସ୍ଥାନରେ ଥାଳିକୁ ଏପରି ଭାବରେ ପକାଇବା, ଯେପରି କି ଉକ୍ତ ଥାଳି ଉପରେ ଉପରେ ଖସି ଚାଲିଯିବା

[ଦ୍ରଷ୍ଟବ୍ୟ —ଏ ବାକ୍ୟ ସବୁ ସ୍ଥାନରେ ବ୍ୟବହୃତ ହୁଏ ନାହିଁ କେବଳ କୌଣସି ସ୍ଥାନରେ ଅତ୍ୟଧିକ ଲୋକ ସମାଗମ ହେଲେ ସେମାନଙ୍କର ମୁଣ୍ଡକୁ ମୁଣ୍ଡ ଏପରି ଲାଗିଯାଏ ଯେ ସେମାନଙ୍କ ମୁଣ୍ଡ ଉପରେ ଗୋଟିଏ ଥାଳିକୁ ପାଣିରେ ଭସାଗଲା ପରି ଛାଡ଼ିଦେଲେ ଉକ୍ତ ଲୋକଙ୍କ ମୁଣ୍ଡ

ଉପରେ ଉପରେ ଗତି କରି ଚାଲିଯିବା—ମଝିରେ କୌଣସି ସ୍ଥାନରେ ତଳକୁ ପଡ଼ିଯିବା ନାହିଁ ଏହିପରି ସ୍ଥଳରେ ଏଥିର ପ୍ରୟୋଗ ହୁଏ 

ଥାଳିକି ଥାଳି, ଥାଳି ଥାଳି କରି ଭାତ ମାରିବା—

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(କୌଣସି ଲୋକ) ଉପର୍ଯ୍ୟୁପରି ଦୁଇ ତିନି ଥାଳି ଭାତ ଖାଇବା; ଅତ୍ୟଧିକ ଖାଇବା