Jump to content

ଦତ୍ତକ ହୋମ

ଉଇକିଅଭିଧାନ‌ରୁ

ଦତ୍ତକ ହୋମ

ଉଚ୍ଚାରଣ

[ସମ୍ପାଦନା]

(ଦତ୍ତ ହୋମ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଦତ୍ତକ+ହୋମ, ଦତ୍ତକ ପୁତ୍ର ଗ୍ରହଣ ସମୟରେ କର୍ତ୍ତବ୍ୟ ହୋମ)

[ସମ୍ପାଦନା]

ପୋଷ୍ୟପୁତ୍ର ଗ୍ରହଣ କରିବା ଉପଲକ୍ଷରେ ଗ୍ରହୀତା ଯେଉଁ ହୋମ ଅନୁଷ୍ଠାନ କରିନ୍ତି —A sacrifice or oblation Performed on the occasion of taking a boy in adopting.

[ ଦ୍ର—ଭାରତର ଉଚ୍ଚତମ ବିଚାର ଅଦାଲତରେ ଆଗେ ସ୍ଥିର ହୋଇଥିଲା ଯେ ଏ ହୋମ ହୋଇ ନଥିଲେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ଜାତିମାନଙ୍କ ମଧ୍ୟରେ ପୋଷ୍ୟପୁତ୍ର ଗ୍ରହଣ ଅସିଦ୍ଧ ହୁଏ ଫଳତ ଦେଖାଯାଏ ଯେ ଆମ ଦେଶରେ ଦ୍ୱିଜାତିମାନେ ମଧ୍ୟ ସତ୍ୟନାରାୟଣ ପୂଜାଟିଏ କରି ଦେଇ ପୋଷ୍ୟପୁତ୍ର ଗ୍ରହଣ ବିଧି ସାଙ୍ଗ କରି ଥାଆନ୍ତି ଓ ଅଦାଲତରେ ପ୍ରମାଣ ଉପସ୍ଥାପିତ କରିବା ସମୟରେ ଏହି ନଜୀର୍କୁ ମାନି ଦତ୍ତକ ହୋମ ଥିବା ବିଷୟ ସାକ୍ଷୀମାନେ ହଲପ ନେଇ ଇଜାହାର କରନ୍ତି ଆଜିକାଲି ପ୍ରିଭିକାଉନ୍ସିଲ୍ରେ ସ୍ଥିର ହୋଇଅଛି ଯେ ଏ ହୋମ ହୋଇଥିବାର ପ୍ରମାଣ ନ ହେଲେ ମଧ୍ୟ ପୋଷ୍ୟପୁତ୍ର ଅସିଦ୍ଧ ନୁହେଁ]