Jump to content

ଦମ୍ଭ

ଉଇକିଅଭିଧାନ‌ରୁ

ଦମ୍ଭ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦମ୍ଭ ଧାତୁ+ଭାବ .ଅ)

[ସମ୍ପାଦନା]
୧. ଦର୍ପ; ଅହଙ୍କାର —୧. Pride; arrogance; haughtiness.
୨. ଆତ୍ମମ୍ଭରିତା —୨. Selfishness.
୩. କପଟତା —୩. Hypocricy.
୪. ଦୁଷ୍ଟତା —୪. Wickedness; wantonness.
୫. ଶଠତା —୫. Deception; fraud; deceitfulness.
୬. ଦୈତ୍ୟବିଶେଷ —୬. Name of a demon.
୭. କପଟ; ବ୍ୟାଜ; ଛଳନା — ୭. Feigning; guise.

ମିଳିନ୍ଦ ଲତା ଦମ୍ଭ ବଦନେ ମିଶି ମାରେ କବିସୂର୍ଯ୍ୟ. କିଶୋରୀଚମ୍ପୂ. ମ. ଗୀତ

୮. ଲୋକଙ୍କୁ ଦେଖାଇବା ଉଦ୍ଦେଶ୍ୟରେ କରାଯିବା ବୃଥା ଆଡ଼ମ୍ୱର —୮. Outward show.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧୈର୍ଯ୍ୟ —୧. Patience.

ରେ ଦୁଃଖି ଧନ, ଦମ୍ଭ ଦେଖିବାକୁ ସିନା କଲି ଛନ୍ନ କବିସୂର୍ଯ୍ୟ କିଶୋରୀଚମ୍ପୂ. ଦ. ଗୀତ

୨. ସହିବାର କ୍ଷମତା —୨. Fortitude; forbearance.
୩. କଠିନତା —୩. Hardness.
୪. ଟାଣପଣ; ଦୃଢ଼ତା —୪. Firmness; stiffness.

ଦମ୍ଭେ ଉଭା ହେବା ନାହିଁ ଆଶା କବିସୂର୍ଯ୍ୟ. କିଶୋରୀଚମ୍ପୂ

୫. ଦମ୍ଭିକତା; ଦୁଃସାହସିକତା —୫. Bravado; daring.
୬. ହିମ୍ମତ୍; ହେମତ୍ —୬. Encouragement.

 : ପୌରୁଷ; ତେଜ —୭. Vigour; spirit.

୮. ବିପଦରେ ନ ଟଳିବା ବା ବିଚ଼ଳିତ ନ ହେବା — ୮. The state of being unshaken in danger.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଦୃଢ଼ —୧. Firm; stiff; unshaken.
୨. ସୁସ୍ଥ —୨. Refreshed; recuperated.
୩. ଟାଣ; ମଜଭୁତ —୩. Strong.

ତାହା ପାଖରେ ଉଭା ହୋଇଛି ଦଧିମୁଖ ସଂଗ୍ରାମରେ ଅଟଇ ଦମ୍ଭ— ବିଶ୍ୱନାଥ. ବିଚିତ୍ରରାମାୟଣ

୪. ଧୀର; ଧୈର୍ଯ୍ୟଶୀଳ —୪. Patient.
୫. ଉଚ୍ଚ ଅର୍ଥାତ୍ ଗମ୍ଭୀର ସ୍ୱରଯୁକ୍ତ — ୫. High-sounding; loud.

ମୁରୁଜ ଧନି ଦମ୍ଭ ଗରଜନ, କେ ସହିବ ନୋହି ମୋହିତ ମନ— କବିସୂର୍ଯ୍ୟ. ସଙ୍ଗୀତ