ଦରଦ
ଦେଖଣା
ଦରଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ= ବିଦୀର୍ଣ୍ଣ ହେବା+ କର୍ତ୍ତୃ. ଅଦ)
[ସମ୍ପାଦନା]- ୧. ପର୍ବତର ଉଚ୍ଚତମ ସ୍ଥାନ; ଶିଖର — ୧. The peak of a mountain.
- ୨. ପର୍ବତ —୨. Mountain.
- ୩. ଜଳ ପ୍ରପାତ; ଝରଣା —୩. A waterfall.
- ୪. ବ୍ରାତ୍ୟ କ୍ଷତ୍ରିୟ ଜାତିବିଶେଷ — ୪. A sect of fallen Kshatriyas.
- ୫. (+ କର୍ମ. ଅଦ) ହୃଦୟ —୫. Heart.
- ୬. ନଦ୍ୟାଦିର ଉପକୂଳ; ତୀର —୬. Shore; bank.
- ୭. କାଶ୍ମୀର ସନ୍ନିହିତ ମ୍ଳେଚ୍ଛ ଦେଶବିଶେଷ; (ବର୍ତ୍ତମାନ ନାମ ଦର୍ଦ୍ଦିସ୍ତାନ୍) —୭. Durdistan (to the north of Kashmere.)
[ଦ୍ରଷ୍ଟବ୍ୟ —କାଶ୍ମୀର ଓ ହିନ୍ଦୁକୁଶ ପର୍ବତ ମଧ୍ୟସ୍ଥ ଦେଶର ଏହି ନାମ ବୃହତ୍ସଂହିତାରେ ମିଳେ ଓ ଏହି ଦେଶବାସୀ ଦରଦ ନାମକକ ମ୍ଳେଚ୍ଛ
ଜାତିର ନାମ ମନୁସ୍ମୃତିରେ ଓ ହରିବଂଶ ଆଦିରେ ଉଲ୍ଲେଖ ଅଛି ମନୁସ୍ତୁତିରେ ଲେଖା ଅଛି ଯେ ଦରଦମାନେ ପ୍ରଥମେ କ୍ଷତ୍ରିୟ ଥିଲେ, ପରେ ସଂସ୍କାରବିହୀନ ହୋଇ ଶୂଦ୍ରତ୍ୱ ପ୍ରାପ୍ତ ଥିଲେ ]
୮ : ଉପରୋକ୍ତ ଦେଶବାସୀ ହୋଇ ମୁଷଲମାନ୍ ଜାତିବିଶେଷ — ୮. A sect of Mahomedans inhabiting the above country.
୯ : (+ଭାବ. ଅଦ) ଭୟ —୯. Fear; terror.
୧ : ହିଙ୍ଗୁର; ସିନ୍ଦୁର —୧୦. Vermillion.
ସଂସ୍କୃତ - ବିଶେଷଣ - ପୁଂ. (ଦର+ଦା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଭୀତି ଉତ୍ପାଦକ —Causing fear; terrific.
(ଦରଦା—ସ୍ତ୍ରୀ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦର୍ଦ୍ଦ)
[ସମ୍ପାଦନା][[]] ୧ : ଦରଜ ]] ୨, ୩, ୪, ୫: (ଦେଖ) - ୨. Daraja ୨, ୩, ୪, ୫ (See)
ଗୋଡ଼ ଖସି ଖେଦ ହେବାର ଦରଜ ଯିବାର ଉପାୟ କହ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଗ ଗୀତ
- ୨. ମମତା —୨. Sympathy; attachment.