ଦରାଣ୍ଡି ହେବା
ଦେଖଣା
ଦରାଣ୍ଡି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ଧାରରେ ଇତସ୍ତତଃ ଖୋଜି ହେବା — ୧. To be groping in the dark.
ଦରାଣ୍ଡି ହୁଅନ୍ତି ଆହା ମହାଘୋରତମେ ଦୀନସତ୍ତ୍ୱେ— ରାଧାନାଥ. ମହାଯାତ୍ରା
- ୨. ବିକଳ ହୋଇ ଘାଣ୍ଟି ହେବା — ୨. To flounder; to be restless with afflication.
- ୩. କିଂକର୍ତ୍ତବ୍ୟବିମୂଢ଼ ହୋଇ ବ୍ୟସ୍ତ ହେବା — ୩. To be bewildered; to be puzzled.
- ୪. ଇତସ୍ତତଃ ଚଞ୍ଚଳ ହେବା — ୪. To struggle to and fro.
ଦରାଣ୍ଡି ହୋଇ ଆସି କାଣ୍ଡେ ଅତି ଚାଣ୍ଡେ—କୃଷ୍ଣସିଂହ ମହାଭାରତ. ବନ
- ୫. ସାଂସାରିକ ଜଞ୍ଜାଳ ବା ଧନ୍ଦାରେ ଘାଣ୍ଟି ହେବା — ୫. To be pestered by or involved in worldly entanglements.