Jump to content

ଦର୍ଦ୍ଦୁର

ଉଇକିଅଭିଧାନ‌ରୁ

ଦର୍ଦ୍ଦୁର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ)

[ସମ୍ପାଦନା]
୧. ମଣ୍ଡୂକ; ଭେକ; ବେଙ୍ଗ —୧. Frog; toad.
୨. ମେଘ —୨. Cloud.
୩. (ଦର୍ଦ୍ଦୁ=ଅନୁକରଣ ଧ୍ୱନି+ଅଛି ଅର୍ଥରେ. ର)— ଢାଉଁ; ଏକ ପ୍ରକାର ଢୋଲ ବାଇଦ; ବେଙ୍ଗ ବାଇଦ; ଆନଦ୍ଧ ବାଦ୍ୟବିଶେଷ —୩. A kind of drum.
୪. ଦାକ୍ଷିଣାତ୍ୟର ପଶ୍ଚିମଘାଟ ପର୍ବତର ଅଂଶବିଶେଷ — ୪. Name of a mountain in the Deccan, a part of the Western Ghats.

[ଦ୍ରଷ୍ଟବ୍ୟ —ଏହା ମଳୟ ପର୍ବତକୁ ଲାଗିଛି ହିନ୍ଦୀ - ଶବ୍ଦସାଗର ]

୫. ରାକ୍ଷସ; ନର ମାଂସ ଖାଦକ — ୫. Demon; cannibal.
୬. ଗ୍ରାମ ସମୂହ; ଗ୍ରାମ ସମାହାର —୬. A collection or union of many villages; a village-union.
୭. ଅଭ୍ରକ (ହିନ୍ଦୀ - ଶବ୍ଦସାଗର) —୭. Mica; talc.