Jump to content

ଦଶରା ମସରା

ଉଇକିଅଭିଧାନ‌ରୁ

ଦଶରା ମସରା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ବ୍ୟଙ୍ଗ; ନ୍ୟାୟ)

[ସମ୍ପାଦନା]

କୌଣସି ବାକ୍ୟ ଅଶୁଦ୍ଧ ପଦବିନ୍ୟାସ କରି ଅର୍ଥାତ୍ ପୃଥକ୍ ପୃଥକ୍ ଶବ୍ଦମାନଙ୍କୁ ପୃଥକ୍ ପୃଥକ୍ ନ କରି ଲେଖିବା ଯୋଗୁଁ ତହିଁର ଅବୋଧ୍ୟତା —Writing words or sentences without proer punctuation.

[ଦ୍ରଷ୍ଟବ୍ୟ —ଜଣେ ଅନ୍ୟ ଜଣକ ନିକଟକୁ ପତ୍ର ଲେଖିଲେ 'ଦଶରା ମସରା' ପଠାଇବ ପତ୍ର ପାଇବା ବ୍ୟକ୍ତି ଏହା ବୁଝି ପାରିଲେ ନାହିଁ ଲେଖକ ଯଦି, 'ଦଶ-ରାମ ସରା' ଅର୍ଥାତ୍ ଦଶଗୋଟି ରାମସରା ବୋଲି ଶବ୍ଦଦ୍ୱୟକୁ ସ୍ପଷ୍ଟ କରି ପୃଥକ ପୃଥକ ଲେଖିଥାଆନ୍ତେ ତେବେ ପତ୍ରଗ୍ରହୀତା ତହିଁର ଅର୍ଥ ବୁଝି ପାରିବାରେ କିଛି ଗୋଳମାଳ ହୋଇ ନଥାନ୍ତା ସେଥିପାଇଁ ଯେଉଁ ଲେଖକ ଶବ୍ଦଚ୍ଛେଦ କରି ନ ଲେଖେ, ତାହାପ୍ରତି 'ଦଶରା ମସରା କରି ଲେଖିଛି' ବୋଲି ବୋଲାଯାଏ]