Jump to content

ଦଶହାଣ୍ଡି

ଉଇକିଅଭିଧାନ‌ରୁ

ଦଶହାଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଇଜି ହାଣ୍ଡି; ମୃତ ବ୍ୟକ୍ତିର ଘରେ ଦଶାହ ଦିନ ଯେଉଁ ହାଣ୍ଡିରେ ଅନ୍ନ ପାକ ହୁଏ ଓ ଯାହା ଉକ୍ତଦିନ ରାତିରେ ଗ୍ରାମ ମୁଣ୍ଡରେ କିମ୍ୱା କୌଣସି ପତିତ ନିର୍ଜନ ସ୍ଥାନରେ ଫୋପଡ଼ା ଯାଏ —The earthen pots in which food is cooked on the ୧୦th day of the funerals and which are throwrn away on the same night.

[ଦ୍ରଷ୍ଟବ୍ୟ —ନବମ ଦିନ ପର୍ଯ୍ୟନ୍ତ ରନ୍ଧା ହେଉଥିବା ପାକରେ ମୃତ ବ୍ୟକ୍ତିର ଜ୍ଞାତି ଓ ଗୋତ୍ରର ଲୋକମାନଙ୍କ ଭିନ୍ନ ଅନ୍ନ କେହି ଖାଆନ୍ତି ନାହିଁ ଓ ଦଶାହ ପାକରେ ନିମନ୍ତ୍ରିତ ବନ୍ଧୁମାନେ, ଯେଉଁ— ମାନେ କି ଦଶାହ ଶୁଦ୍ଧି ଦିନ ଦଶତୋଠାରେ କ୍ଷୌର ଓ ସ୍ନାନାଦି କରନ୍ତି ସେମାନେହିଁ ଖାଆନ୍ତି; ଏତଦ୍ଭିନ୍ନ ଶୁଦ୍ଧ ଉପଲକ୍ଷେ ଆଗତ ଅନ୍ୟାନ୍ୟ ବନ୍ଧୁବାନ୍ଧବ ସେହି ପାକରେ ଅନ୍ନ ଭୋଜନ କରନ୍ତି ନାହିଁ, ଶୁଦ୍ଧଘରର ନବମ ଦିନ ପର୍ଯ୍ୟନ୍ତ ଦୁଇ ହାଣ୍ଡିରେ ରନ୍ଧା ଯାଏ ଓ ଯେଉଁମାନେ ହବିଷ୍ୟ କରନ୍ତି ସେମାନଙ୍କ ହାଣ୍ଡି ପ୍ରତ୍ୟହ ତ୍ୟକ୍ତ ହୋଇ ନୂଆ ହାଣ୍ଡି କରାଯାଏ ଯେଉଁ ହାଣ୍ଡିରେ ପିତା ଭାତ (ତିକ୍ତ) ରନ୍ଧା ଯାଏ ଓ ଯେଉଁ ହାଣ୍ଡିରେ ଦଶହଦିନ ରନ୍ଧାଯାଏ ସେ ହାଣ୍ଡିମାନଙ୍କୁ ଦଶକ୍ରିୟା ଧରିଥିବା ବ୍ୟକ୍ତି ଦଶାହ ଦିନ ରାତି ଅଧ ପରେ ନିର୍ଜନରେ ନେଇ ଗ୍ରାମ ମୁଣ୍ଡରେ ଫିଙ୍ଗି ଦେଇ ଆସନ୍ତି]