ଦହି
ଦହି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଧି)
[ସମ୍ପାଦନା]- ୧. ବାସୀ ଦୁଧ, ଦୁଗ୍ଧ ବିକାର — ୧. Curd.
[ଦ୍ରଷ୍ଟବ୍ୟ —ଏହା ଦୁଇ ପ୍ରକାର ଯଥା—ବସା ଦହି ଓ ଘୋଳ ଦହି]
[ଦ୍ରଷ୍ଟବ୍ୟ — ପ୍ରଥମେ ଆଉଟା ଦୁଧ ଶୀତଳ ହେବା ପରେ ତହିଁରେ ମହି ପକାଇ କିଛି ସମୟ ରଖିଦେଲେ ଯେଉଁ ଗାଢ଼ ଥଲଥଲିଆ ପଦାର୍ଥ ହୁଏ ତାକୁ 'ବସା ଦହି' ବୋଲାଯାଏ ଓ ବସା ଦହିରେ ପାଣି ମିଶାଇ ତାକୁ ମୁହାଁଇ ସେଥିରୁ ଲହୁଣୀ ବାହାର କଲା ପରେ ଯେଉଁ ଜଳୀୟ ପାଦାର୍ଥ ହୁଏ ତାକୁ ଘୋଳ ବା ଘୋଳ ଦହି ବା ଚହ୍ଲା ବୋଲାଯାଏ
ସାଧାରଣତଃ ଦହି ଖାଦ୍ୟର ଗୋଟିଏ ଉପକରଣ ତଟକା ବା ସଜ ଦହି ଖାଇବାକୁ ସୁସ୍ୱାଦୁ, ମାତ୍ର ବାସି ଦହି ବା ଟଙ୍କ ଦହି ଦୁଷ୍ପାଚ୍ୟ ଓ ତାହା ଅତି ଆମ୍ୱିଳା ହୋଇ ଯାଇଥିବା ଯୋଗୁଁ ଖାଇଲେ ଦାନ୍ତ ଟଙ୍କ ମାରିଯାଏ ବୈଦ୍ୟଶାସ୍ତ୍ର ଅନୁସାରେ ଦହି ଅଗ୍ନିଦୀପକ, ଧାରକ, ରକ୍ତପିତ୍ତକାରକ, ବଳକାରକ, ଶୁକ୍ର, ଓ କଫ ବର୍ଦ୍ଧକ ତଥା ମୁତ୍ରକୁଛ, ଅରୁଚି, ଅତିସାର ଓ ବିଷମ ଜ୍ୱର ନିବାରକ; ଇଉରୋପର ଡାକ୍ତରମାନେ ଦହିକୁ ଆୟୂବର୍ଦ୍ଧକ ଥିବାର ଘୋଷଣା କରିଅଛନ୍ତି ଶୁଭକାର୍ଯ୍ୟ ନିମନ୍ତେ ଅନୁକୂଳ କରିବା ସମୟରେ ଦହି ଦେଖି କରି ଅନୁକୁଳ କଲେ ଉକ୍ତ କାର୍ଯ୍ୟ ସଫଳ ହୁଏ ବୋଲି ଲୌକିକ ବିଶ୍ୱାସ ଅଛି ଦହିରେ ଅନ୍ୟ କେତେ ପଦାର୍ଥମାନ କିଛି— କାଳ ପକାଇ ରଖି ଔଷଧ ପ୍ରସ୍ତୁତ କରାଯାଏ ଯଥା—ବିଲୁଆ ଦହି, ନେଉଳ ଦହି]
- ୨. ଦହି ପରି ଥଲଥଲିଆ ପଦାର୍ଥ —୨. Soft curd-like matter; a thing like curd of jelly.
- ୩. ମସ୍ତିଷ୍କ ମଧ୍ୟରେ ଥିବା ଦଧିବତ୍ ଥଲଥଲିଆ ବସ୍ତୁ — ୩. The soft substance inside the brain.
ଏ କାହାର ବସାଦହିଟି ମୁଣ୍ଡ ଫାଟି ବହନ୍ତେ ପୁରିବ ଜଣେ ସେ ଯୁଦ୍ଧ ସୃଷ୍ଟି—କୃଷ୍ଣସିଂହ ମହାଭାରତ ଦ୍ରୋଣ
ପ୍ରାଦେଶିକ -
[ସମ୍ପାଦନା]- ୧. (ସମ୍ୱଲପୁର) ବି—ବସା ଦହି —୧. Curd.
- ୨. (ପୁରୀ ଲୁଣ ମରାଯିବା ଅଞ୍ଚଳ) ବି—ପ୍ରଥମରେ କିଆରିରେ ସମୁଦ୍ର ପାଣିକୁ ପୂରାଇ କେତେକ ସମୟ ତାହା ସେଠାରେ ସ୍ଥିର ହୋଇ ରହିବା ପରେ ଉପର ପାଣିକୁ କିଆରିରୁ ବାହାର କରିଦେଲାରୁ ଯେଉଁ ବହଳିଆ ପାଣି ରହିଯାଏ ଏବଂ ସେ ଯେଉଁ ବହଳିଆ ପାଣିକୁ ନିଆଁରେ ବସାଇ ପଙ୍ଗା ଲୁଣ ମରାଯାଏ —The thick lower layer of sea-water which is left in the shallowpan and boiled for manufacturing salt.