ଦାଉ
ଦେଖଣା
ଦାଉ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଦାଉଁ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାବ= ଉତ୍ତାପ; ସଂସ୍କୃତ - ଦାନ; ଫାରାସୀ - ଦାଉଁ)
[ସମ୍ପାଦନା]- ୧. ବାଧା; ସନ୍ତାପ — ୧. Torture; harassment.
ଦାଉ ପାଇ ମୁଁ ହେଜିଲି ଏବେ—କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା
- ୨. ତୋଡ଼; ତେଜ; ପ୍ରତାପ — ୨. Force; violence; brunt.
- ୩. ଅତ୍ୟାଚାର; ଜୁଲମ — ୩. Oppression; tyranny.
ଦେହରେ ନ ରଖି ସ୍ଥାନ ପୁଣି ମାଡ଼େ ଆଲିଙ୍ଗନ ଏତେ ଦାଉ ପାରିବି କି ସହି ରେ—କବିସୂର୍ଯ୍ୟ. ସଙ୍ଗୀତ
- ୪. ଜ୍ୱାଳା —୪. Heat; burning pain.
- ୫. ପୀଡ଼ା; ବ୍ୟଥା; ବେଦନା; ଯନ୍ତ୍ରଣା — ୫. Trouble; pain; distress.
ଲସିବି ଯେବେ ପାଇ ନିନ୍ଦା ଦାଉ ଲାଗିଲି ଆପଣଙ୍କୁ କେହି ଆଉ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଲ—ଗୀତ
- ୬. ମର୍ମସ୍ଥାନ; ମାଡ଼ ଦେବାର ବା ଆଘାତ କରିବାର ଉପଯୁକ୍ତ ସ୍ଥାନ —୬. Tendermost part; vulnerable part where a stroke can take effect; vital part of the body.
- ୭. ସୁଯୋଗ; ସୂତ୍ର; ସୁବିଧା — ୭. Convenience; fit opportunity.
ପାଞ୍ଚ ବାଟି ଚାଷ, ଯେଣିକି ଅନାଇଲେ ଟଙ୍କା, ରୋଜଗାରର ଦାଉ କିଏ ଛାଡ଼େ—ଫକୀରମୋହନ. ଗଳ୍ପସ୍ୱଳ୍ପ
- ୮. ଅଦଉତି —୮. Enmity; grudge.
- ୯. ପ୍ରତିଶୋଧ —୯. Revenge.