ଦାଣ୍ଡ
ଦେଖଣା
ଦାଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାଣ୍ଡ)
[ସମ୍ପାଦନା]- ୧. ରାସ୍ତା; ବାଟ; ପଥ —୧. Road; way; path.
କେଉଁଠାରେ ସେ ବକ୍ର ହୋଇଣ ବହିଲେ କେଉଁଠାରେ ସଳଖ ଦାଣ୍ଡେ ପଡ଼ି ଗଲେ କୃଷ୍ଣସିଂହ. ମହାଭାରତ. ବନ
- ୨. ରାଜଦାଣ୍ଡ; ସଡ଼କ — ୨. High way; public road.
ଦକ୍ଷତାର ପଦପଙ୍କରୁହ ଯୁଗେ ମଣ୍ଡିଦେଲା କାଳେ ଦାଣ୍ଡ କବିସୂର୍ଯ୍ୟ. ସଙ୍ଗୀତ
- ୩. ଗୃହର ବହିର୍ଭାଗ ୩. The outside of a house.
ସଉଧୁଁ ଉତୁରି ବେଗେ ଦାଣ୍ଡକୁ ଅଇଲା ନନ୍ଦେଶଜ - ବେ.ପ
- ୪. ଗୃହର ସଦର ପାଖ, ଯେଉଁ ପାଖ ସର୍ବସାଧରଣଙ୍କ ବ୍ୟବହାର୍ଯ୍ୟ —୪. The sudder of a house.
- ୫. ଏକପ୍ରକାର ବ୍ୟାୟାମ; ଦଣ୍ଡ; କୁସ୍ତି — ୫. A kind of athletic exercise.
ପେଲିଲେ ଦାଣ୍ଡ ପାଣ୍ଡୁ ଚାଟେ ଅତି ଆଣ୍ଟେ କୃଷ୍ଣସିଂହ. ମହାଭାରତ.ସଭା
- ୬. ବାହାର; ବହିର୍ଭାଗ —୬. The exterior.
ଘରେ ଘରେ ସିନା ହୋଇବା ପିଟାପିଟି ଦାଣ୍ଡକୁ ବାହାରିଲେ ସେ ଆସେ ଏ କଟି କୃଷ୍ଣସିଂହ. ମହାଭାରତ. ବନ
- ୭. ବ୍ୟବସାୟ; ବାଣିଜ୍ୟ —୭. Business; trade
(ଯଥା—ବର୍ତ୍ତମାନ ନଡ଼ିଆଦାଣ୍ଡ ଚଳୁ ନାହିଁ )
- ୮. ସର୍ବସାଧାରଣ ବା ପ୍ରକାଶ୍ୟସ୍ଥାନ —୮. Public place.
ବିଚାର ଦାଣ୍ଡେ ପଡ଼େ ନାଶଯାଏ ଗଲେ କୃଷ୍ଣସିଂହ. ମହାଭାରତ ସଭା
- ୯. ହାଟ; ବଜାର —୯. Market.
- ୧. ଭାଉ —୧୦. Market rate.
(ଯଥା—ବର୍ତ୍ତମାନ ଚିନିର ଦାଣ୍ଡ ଭାରି ମାନ୍ଦା)