ଦାଣ୍ଡି
ଦେଖଣା
ଦାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦାଣ୍ଡି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡରୁ)
[ସମ୍ପାଦନା]- ୧. ଧାଡ଼ି; ଶ୍ରେଣୀ — ୧. Row.
- ୨. ଶାଖାରାସ୍ତା; ବଡ଼ ରାସ୍ତାରୁ ବାହାରିଥିବା ସାନ ରାସ୍ତା — ୨. A bye-road; bye-lane.
- ୩. ଲମ୍ୱ ସିଧା ବାଟ — ୩. A long straight road or path.
- ୪. ଶଗଡ଼ର ସରି —୪. Cart-track.
- ୫. ପଦ୍ୟ ଅକ୍ଷରର ସମତା ନ ଥାଇ ମିତ୍ରାକ୍ଷରବିଶିଷ୍ଟ ପ୍ରାଚୀନ ଓଡ଼ିଆ ପଦ୍ୟ —୫. A class of classic Oria poetical composition.
[ଦ୍ରଷ୍ଟବ୍ୟ —ଏହି ବୃତ୍ତର ଭଭୟ ଧାଡ଼ିରେ ସମସଂଖ୍ୟକ ଅକ୍ଷର ନ ଥାଏ ଏକ ଏକ ଧାଡ଼ିରେ ୧୪/୧୫/୧୬/୧୭/୧୮/୧୯/୨: ପର୍ଯ୍ୟନ୍ତ ଅକ୍ଷର ଥାଏ ଶାରଳାଦାସଙ୍କ ମହାଭାରତ,ବଳରାମ ଦାସଙ୍କ ରାମାୟଣ ଆଦି ଅନେକ ପ୍ରାଚୀନ ଓଡ଼ିଆ ପଦ୍ୟ ଗ୍ରନ୍ଥ ଦାଣ୍ଡି ବୃତ୍ତରେ ରଚିତ; ପ୍ରତ୍ୟେକ ଦୁଇ ଧାଡ଼ିର ଶେଷ ବର୍ଣ୍ଣର ମେଳ ଥାଏ ମିତ୍ରାକ୍ଷରକୁ ଦୃଷ୍ଟି ରଖି ଏହା ବୋଲିବାକୁ ହୁଏ ]
- ୬. ପାହାଡ଼ିଆ ଅଞ୍ଚଳରେ ବ୍ୟବହୃତ ମନୁଷ୍ୟ ପିଠିରେ ବୁହା ଯିବା ଚଉକି ପରି ଏକ ପ୍ରକାର ଯାନ — ୬. A dandy; a kind of conveyance or chair used in the hills and carried on the backs of men.
- ୭. ପହରାବାଲାଙ୍କର କୌଣସି ସ୍ଥାନରେ ଗମନାଗମନ — ୭. The round of a watchman.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଲଙ୍ଗଳର ଈଶ — The shaft or pole of a plough.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲମ୍ୱ ଓ ସିଧା — ୧. Long and straght.
- ୨. ଧାଡ଼ିମୂଳିଆ; ଶ୍ରେଣୀବଦ୍ଧ — ୨. Arranged in row.