ଦାନା
ଦେଖଣା
ଦାନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦାଲାହ =ଶସ୍ୟର ବୀଜ)
[ସମ୍ପାଦନା]- ୧. ଘୋଡ଼ା; ଗୋରୁ ଆଦିଙ୍କ ଖାଇବା ଶସ୍ୟ — ୧. Grains used as food for domestic animals.
(ଯଥା—ଘୋଡ଼ ଦାନା; ବଳଦଙ୍କ ଦାନା)
[ ଦ୍ର—କୋଳଥ, ବିରି, ବୁଟ, ଚଣା ଆଦି ଦାନାରୂପେ ବ୍ୟବହୃତ ହୁଏ ]
- ୨. ମଟର ପରି ଛୋଟ ଛୋଟ ଗୋଲାକାର ବୀଜ — ୨. Globular small seeds (like pea).
- ୩. ଛୋଟଛୋଟ ଗୋଲ ବସ୍ତୁ; ରୁଆ — ୩. Particles; globules; granules.
- ୪. ଖାଦ୍ୟ; ଅନ୍ନ; ଭୋଜ୍ୟବସ୍ତୁ —୪. Food.
ପେଟକୁ ନ ମିଳେ ଦାନା, ଗାଣ୍ଡିକି ନ ମିଳେ କନା—ଢ଼ଗ
- ୫. ମାଳା ଗୁନ୍ଥାଯିବା ସୁନା ଆଦିର କ୍ଷୁଦ୍ର ଗୋଲକ — ୫. Bead; little ball pierced with strings.
- ୬. ଅନ୍ନସଂସ୍ଥାନ; ଜୀବିକା — ୬. Liveli-hood; living.
(ଯଥା—ଆଜି ଏଠାରୁ ମୋ ଦାନା ଉଠିଲା)
ଅନୁବାଦ
[ସମ୍ପାଦନା]ଦାନା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଦାନବ) ରାକ୍ଷସ; ଅସୁର —୧. Demon.
- ୨. ଭୂତ —୨. Ghost; spctre.