ଦାନୀ
ଦେଖଣା
ଦାନୀ
ଉଚ୍ଚାରଣ
[ସମ୍ପାଦନା](ଦାନନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଦାନ+ଅଛି ଅର୍ଥରେ ଇନ୍; ଦାନିନ୍ ଶବ୍ଦ ୧ମା ୧ବ)
[ସମ୍ପାଦନା]- ୧. ଦାତା —୧. Generous.
ଆଦେ ଅମୃତ ଦାନୀ ସୁଖଦାୟକ ଦୀନକୃଷ୍ଣ. ଜଗମୋହନ
- ୨. ଯେ ଦାନ ଗ୍ରହଣ କରେ —୨. Receiving gifts.
(ଯଥା— ଅଗ୍ରଦାନୀ ବ୍ରାହ୍ମଣଃ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଆଧାନ)
[ସମ୍ପାଦନା]- ୧. ଆଧାର; ପାତ୍ର — ୧. A receptacle; a vessel.
(ଯଥା— ନାସଦାନୀ, ପିକଦାନୀ, ଅତରଦାନୀ, ଧୂପଦାନୀ)
- ୨. ମସଲାରେ ତୈଳ ପକାଇବା ନିମନ୍ତେ ବ୍ୟବହୃତ ଆଧାର — ୨. An oil pot containing for dropping over a torch.
- ୩. ଯେଉଁ ବ୍ୟକ୍ତି ରାଜାଙ୍କ ପକ୍ଷରୁ କର ବା ଶୁକ୍ଳ ଆଦାୟ କରେ —୩. Collector of rent or tax; tax collector.
- ୪. (ସମ୍ୱଲପୁର) ବ୍ରାହ୍ମଣମାନଙ୍କର ଉପାଧିବିଶେଷ;(ବୋଧ ହୁଏ ଏମାନେ ଦାନଗଦୀରେ ଆଗେ ଶୁକ୍ଳ ସଂଗ୍ରହ କରୁଥିଲେ) —୪. A family-title of Brahmins in Sambalpur.