ଦାନ୍ତରେ କୁଟା ହେବା
ଦେଖଣା
ଦାନ୍ତରେ କୁଟା ହେବା
ଉଚ୍ଚାରଣ
[ସମ୍ପାଦନା]ଦାନ୍ତରିକୁଟା, ଦାନ୍ତେରିକୁଟା, ଦାନ୍ତରେକୁଟା,ହେ—ଅନ୍ୟରୁପ
ଅନୁବାଦ
[ସମ୍ପାଦନା]ଦାନ୍ତରେ କୁଟା ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତି ନିକଟରେ ଅତି ଦୀନ ଭାବରେ କୌଣସି ପ୍ରାର୍ଥନା କରିବା; ଦାନ୍ତରେ ତଣ ଧରି ପ୍ରାର୍ଥନା କରିବା —୧. To express an humblee and suppliant attitude before another by hold ing a blade of straw or grass between one's teeth; to entreat; to supplicate; to implore.
[ଦ୍ରଷ୍ଟବ୍ୟ —ଗୋରୁ ଆଦି ପଶୁମାନେ ତୃଣ ବା କୁଟା ଖାଆନ୍ତି ମନୁଷ୍ୟ ଦାନ୍ତରେ କୁଟା ଧରି କୌଣସି ବ୍ୟକ୍ତି ପାଖରେ ଠିଆ ହେବାର ଅର୍ଥ—"ମୁଁ ଆପଣଙ୍କ ନିକଟରେ ଗୋରୁଠାରୁ ହୀନ"]
- ୨. ଦାନ୍ତରେ ତୃଣାଦି ଧରି ଅପରାଧ ସ୍ୱୀକାର କରିବା — ୨. To hold a blade of grass between one's teeth indicating the confession of one's own guilt.
(ଦାନ୍ତରେ ତିରଣ ଧରିବା—ଅନ୍ୟରୂପ)
[ଦ୍ରଷ୍ଟବ୍ୟ —'ଗୋବଧ' ପାତକ କରିଥିବା ବ୍ୟକ୍ତିମାନେ 'ଦାନ୍ତରେ କୁଟା' ହୋଇ ଘରଘର ଭିକ୍ଷା କରି ବୁଲନ୍ତି ଦାନ୍ତେରେ କୁଟା ଧରି ଥିବାରୁ ମୁହଁରେ କିଛି କଥା କହି ପାରନ୍ତି ନାହିଁ, କେବଳ କପାଳରେ ବିଶି ଆଙ୍ଗୁଠିକୁ ମାରୁଥାଆନ୍ତି]
- ୩. ଅତି ବିନୀତ ପ୍ରାର୍ଥନା କରିବା — ୩. To supplicate.