Jump to content

ଦାନ୍ତିଆ

ଉଇକିଅଭିଧାନ‌ରୁ

ଦାନ୍ତିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମାଛଧରା ଯନ୍ତ୍ରବିଶେଷ; ପୋଢ଼ୁଅ; ପୋଲୁହ — ୧. A kind of fishing basket (with tooth like projection).

[ଦ୍ରଷ୍ଟବ୍ୟ —ଏହା ବାଉଁଶ ପାତିଆରେ ବୁଣା ହୋଇଥାଏ ଏବଂ ଏହାର ଅଗକୁ ଦାନ୍ତ ଭଳି ମୁନିଆ କାଠିମାନ ବାହାରିଥାଏ]

୨. କହୁଣିଆ; ଘରର ବାରଣ୍ଡାରେ ବସିଥିବା ଖୁଣ୍ଟର ବେକ ଠାରୁ ଚାଳର ଅଗକୁ କର୍ଣ୍ଣଭାବରେ ଲଗା ଯାଇଥିବା କାଠଖଣ୍ଡ —୨. Wooden corbels or brackets supporting the eaves of a thatch.
୩. ମାଇପେ ପିନ୍ଧିବା ଏକପ୍ରକାର ଶଙ୍ଖା ବା ପିତଳଖଡ଼ୁ, ଯାହା କହୁଣୀ ପାଖରେ ଥାଏ ଓ ଯାହାର ଦାଢ଼ ଦାନ୍ତପରି ହୋଇଥାଏ — ୩. A kind of edged bangles worn by some women.
୪. ଚାଷରେ ବ୍ୟବହୃତ ଯନ୍ତ୍ରବିଶେଷ (ଏଥିରେ ମାଟିକୁ ଖୁରୁସାଇବାକୁ ହୁଏ) —୪. A hoe; an instrument to turn up and loosen th soil superficially.
(ଦାନ୍ତୀ, ଦାନ୍ତେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ଅନ୍ୟ ଦାନ୍ତବାଚକ ଶବ୍ଦ ସଙ୍ଗେ ଲାଗେ ଯଥା ବାହାଡ଼ାଦାନ୍ତିଆ; ମୁଗ ଦାନ୍ତିଆ)

[ସମ୍ପାଦନା]

ଯାହାର ଦାନ୍ତଥାଏ —Toothed; having such and such tooth.