Jump to content

ଦାମୋଦର

ଉଇକିଅଭିଧାନ‌ରୁ

ଦାମୋଦର

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦାମ+ଉଦର ବହୁବ୍ରୀହି; ଦାମ=ରଜ୍ଜୁଦ୍ୱାରା ବନ୍ଧାଯାଇଥିଲା ଉଦର ଯାହାଙ୍କର ଶିଶୁ କୃଷ୍ଣ ଅତି ଖୁଜ୍ୱୁଜିଆ ଥିବାରୁ ଯଶୋଦା ତାହାଙ୍କ ପେଟ ତଳେ ବା ଅଣ୍ଟାରେ ଦଉଡ଼ି ବାନ୍ଧି ତାଙ୍କୁ ଖଟେଇ ଦେଇ ଗୃହ କର୍ମରେ ଲାଗୁଥିଲେ; କିମ୍ୱା ଦାମ=ରଜ୍ଜୁ ଉଦରରେ ଯାହାଙ୍କର; ଯଶୋଦା ଯାହାଙ୍କୁ ଦଉଡ଼ିରେ ବାନ୍ଧିବାରୁ ଯେ ଉକ୍ତ ଦଉଡ଼ିକୁ ଉଦରସାତ କରିଥିଲେ; କିନ୍ତୁ ଅନ୍ୟମାନେ କହନ୍ତି, ଦାମ ଅର୍ଥାତ୍ ଇନ୍ଦ୍ରିୟଦମନ ବିଷୟରେ ଉଦାର ବୋଲି ବିଷ୍ଣୁଙ୍କୁ ଦାମୋଦର ବୋଲା— ଯାଏ; କିମ୍ୱା ଦାମ=ବିଶ୍ୱ, ଉଦରରେ ଯାହାର ସେ ଦାମୋଦର ମହାଭାରତରେ ଲେଖାଅଛି ଯେ, ସେ ଅତ୍ୟନ୍ତ ଦାନ୍ତ ଓ ଇନ୍ଦ୍ରିୟ ମଧ୍ୟରେ ସପ୍ରକାଶ ବୋଲି ତାଙ୍କ ନାମ ଦାମୋଦର—ପ୍ରକୃତିବାଦ ଓ ଜ୍ଞାନେନ୍ଦ୍ର)

୧. ଶ୍ରୀକୃଷ୍ଣ —୧. A name of Ṡrīkṛushṇa.
୨. ବିଷ୍ଣୁ —୨. Bishṇu.
୩. ଶାଳଗ୍ରାମ ଶୈଳାବିଶେଷ; ଶାଳଗ୍ରାମ (ଦେଖ) - —୩. A kind of Ṡāḻagrāma; Ṡāḻagrāma (See)
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ପୁରୁଷଙ୍କ ନାମ —୧. A name given to males.
୨. ଭାଗୀରଥୀର ଗୋଟିଏ ଉପନଦୀ —୨. Name of a tributary river of the Hooghli.

[ଦ୍ରଷ୍ଟବ୍ୟ —ଏହା ଛୋଟନାଗପୁର ପର୍ବତରୁ ବାହାରି ବର୍ଦ୍ଧମାନ ବାଟେ ଯାଇ ଭାଗୀରଥୀରେ ପଡ଼ିଅଛି]

୩. ସାରଣୀ ନାମକ ଶାସ୍ତ୍ରର ପ୍ରଣେତା ଜନୈକ ଜ୍ୟୋତିଷୀ (୧୩୩୬: ଶକାବ୍ଦ) —୩. A far-renowned Astrologer of the Ṡake era ୧୩୩୬ who has written the astrological treatise Sāraṇī.