ଦାର
ଦେଖଣା
ଦାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅ; ଯେ ସ୍ୱମୀର ପୂର୍ବସ୍ନେହ ବିଦାରଣ କରେ; ଅର୍ଥାତ ସ୍ୱାମୀ ଯାହାର ସ୍ନେହରେ ଆବଦ୍ଧ ହୋଇ ପୂର୍ବ ସ୍ନେହପାତ୍ରମାନଙ୍କୁ ଭୁଲି ଯାଏ; ସଂସ୍କୃତରେ ଏହା ନିତ୍ୟ ବହୁବଚନାନ୍ତ ପୁଂଲିଙ୍ଗ ଶବ୍ଦ 'ଦାରାଃ' ରୂପରେ ବ୍ୟବହୃତ ହୁଏ; କିନ୍ତୁ ଏହାର ଅର୍ଥ ସ୍ତ୍ରୀ)
[ସମ୍ପାଦନା]- ୧. ଭାର୍ଯ୍ୟା; ସ୍ତ୍ରୀ —୧. Wife.
- ୨. (+ଭାବ ଅ) ବିଦାରଣ — ୨. Act of tearing or splitting.
- ୩. (+କର୍ମ. ଅ) କର୍ଷିତ କ୍ଷେତ୍ର —୩. Ploughed field.
- ୪. (+କର୍ମ. ଅ) କାମ —୪. Cupid.
- ୫. (+କର୍ମ. ଅ) ଫାଟ —୫. Gap; rent.
- ୬. ଛିଦ୍ର —୬. Hole.
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -
[ସମ୍ପାଦନା]ଡାଲି —Dal; split peas; pulse.
ଅନୁବାଦ
[ସମ୍ପାଦନା]ବୈଦେଶିକ - ପ୍ରତ୍ୟୟ (ଫାରାସୀ - ସଂସ୍କୃତ - ଇନ୍ ପ୍ରତ୍ୟୟ ପରି; 'ଯାହାର ଥାଏ' ଏହିପରି ଅର୍ଥରେ)
[ସମ୍ପାଦନା]- ୧. ଅଛି ଯାହାର ଏହି ଅର୍ଥ ସୂଚକ — ୧. Having.
(ଯଥା—ଚୂଡ଼ୀଦାର; ମଜ୍ଜାଦାର; ଜମିଦାର; ଦିଲଦାର; ବୁଟାଦାର)
- ୨. 'ବ୍ୟବସାୟ କରେ ଯେ' ଅର୍ଥରେ —୨. Living on.
(ଯଥା—ବାଜାଦାର, ଚଉକିଦାର)
- ୩. ଧାରଣକାରୀ ଅର୍ଥରେ —୩. Holding.
(ଯଥା—ଛଡ଼ିଦାର)