ଦାହିବା
ଦେଖଣା
ଦାହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଦହ୍ ଧାତୁ)
[ସମ୍ପାଦନା]- ୧. ପୋଡ଼ିଯିବା; ଆପେ ଦଗ୍ଧ ହେବା —୧. To be burnt.
- ୨. ପୋଡ଼ାଜଳା କରିବା — ୨. To be inflamed.
- ୩. (ସଂସ୍କୃତ - ଦହି ଧାତୁ) ପୋଡ଼ିଦେବା; ଜଳାଇବା — ୩. To burn.
- ୪. (ସଂସ୍କୃତ - ଦୋ. ଧାତୁ; ଯହିଁରୁ ଦାତ୍ର ଶବ୍ଦ ହୋଇଅଛି) ଧାନ ଆଦି ଫସଲ କାଟିବା —୪. To harvest.
- ୫. (ଲକ୍ଷଣାର୍ଥ) ତପସ୍ୟା ଆଦି କରି ସଫଳ ବା ସିଦ୍ଧି ହେବା — ୫. (figurative) To succeed in one's own object after performing austerities.
ଶାବକ ମୃଗାକ୍ଷୀ କେତେ ଜନ୍ମ ତପେ ଦାହିଲା ଶସ୍ୱୟୁଧମଣି ଶାମତନୁ ମନ ମୋହିଲା—କବିସୂର୍ଯ୍ୟ. ରତ୍ନାକର ଚମ୍ପୁ
- ୬. ନିଜର କର୍ମଫଳ ଭୋଗ କରିବା —୬. To reap the fruits of one's own actions or fate.
- ୭. (ପୁଣ୍ୟ) ଅର୍ଜନ କରିବା —୭. To earn (piety).
ନାନାମୁକାରେ ପୁଣ୍ୟ ଦାହି ଯେ ସବୁ କୃଷ୍ଣ ସମର୍ପଇ— ଜଗନ୍ନାଥ. ଭାଗବତ
- ୮. କରିବା; ସାଧିବ; —୮. To do; to perform.
ଧର୍ମେ ପାଳନ କର ମହୀ ବିଷ୍ଣୁଙ୍କୁ ପୁତ୍ର ଯଜ୍ଞ ଦାହି ଜଗନ୍ନାଥ. ଭାଗବତ
- ୯. ସ୍ନାନ କରିବା —୯. To bathe.
ବାଞ୍ଚାବଟ ତଳେ ଗତ ସୁକାନ୍ତି କି ଘେନି ରାତ୍ର ମନାସି କାମ୍ୟକ ତୀର୍ଥେ ଦାହି ଉପେନ୍ଦ୍ରଭଞ୍ଜ. ବୈଦେଶବିଳାସ