ଦାୟ
ଦେଖଣା
ଦାୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦା ଧାତୁ=ଦାନ କରିବା+କର୍ମ ଅ; ଯ ଆଗମ)
[ସମ୍ପାଦନା]- ୧. ପୂର୍ବ ସ୍ୱାମୀର ମୃତ୍ୟୁପରେ ଯେଉଁ ସମ୍ପତ୍ତିରେ ଉତ୍ତରାଧିକାରୀମାନଙ୍କର ସ୍ୱତ୍ୱ ଜନ୍ମେ —୧. Heritage; inheritance.
- ୨. ଯୌତୁକାଦି ଦାନ —୨. Dowery; dower; marriage-portion.
- ୩. ଉତ୍ତରାଧିକାରୀଦ୍ୱାରା ପ୍ରାପ୍ତ ସମ୍ପତ୍ତି — ୩. Inheritance; inherited property.
- ୪. ପୈତୃକ ସମ୍ପତ୍ତି —୪. patrimony; ancestral property.
- ୫. ବିଭାଜ୍ୟ ବସ୍ତୁ; ପୂର୍ବସ୍ୱାମୀର ସ୍ୱାମୀତ୍ୱ ନାଶ ପରେ ତଦଧୀନ ଯେଉଁ ଦ୍ରବ୍ୟରେ ଅନ୍ୟମାନଙ୍କର ସ୍ୱତ୍ନ ଜନ୍ମେ (ପ୍ରକୃତିବାଦ) — ୫. Divisible property.
- ୬. ଧନ (ପ୍ରକୃତିବାଦ) —୬. Riches.
- ୭. [+ଭାବ ଅ. (ଘଞ୍ଚ)] ଦାନ —୭. Gift.
- ୮. ସ୍ଥାନ; ଜୋତ —୮. Place; tenure.
- ୯. ଜଳ —୯. Water.
- ୧. (ଦୋ ଧାତୁ=ଛେଦନ କରିବା+ ଭାବ. ଅ) ଛେଦନ — ୧୦. Cutting.
- ୧୧. ଜ୍ୱାଳା; ଦୁଃଖ; ବିପଦ —୧୧. Trouble; peril; danger.
- ୧୨. ଉପଦ୍ରବ; ଉତ୍ପାତ —୧୨. Calamity; oppression.
- ୧୩. ସଂଙ୍କଟାବସ୍ଥା —୧୩. Jeopardy; crisis.
- ୧୪. (ଦୈଧାତୁ=ଶୋଧନ କରିବା+ଭାବ. ଅ) ଶୋଧନ — ୧୪. Refining.
- ୧୫. କ୍ଷୋଭ; ମନସ୍ତାପ —୧୫. Mental trouble; grief.
- ୧୬. କ୍ଷତି —୧୬. Injury; ravage; damage; cevastation; loss.
- ୧୭. ବିଲୟ; ବିନାଶ —୧୭. Destruction; ruin.
- ୧୮. ଦ୍ଧେଣା —୧୮. Debt; liability.
- ୧୯. କଠୋର କର୍ତ୍ତବ୍ୟ; ଦାୟିତ୍ୱ —୧୯. Responsibility; liability; incumbrance.
- ୨. ଗୁରୁତ୍ୱ —୨୦. Gravity; heavy responsibility.
- ୨୧. ଥଟ୍ଟା —୨୧. J̄est; joke.
- ୨୨. (ଦା ଧାତୁ+କର୍ତ୍ତୃ. ଅ) ଦାତା —୨୨. Doner; giver.
- ୨୩. (ଦା ଧାତୁ+କର୍ମ. ଅ)—ଅନ୍ୟକୁ ଦେବା ଯୋଗ୍ୟ ଧନ (ହିନ୍ଦୀ - ଶବ୍ଦସାଗର) —୨୩. Property which ought to be given away.
[ଦ୍ରଷ୍ଟବ୍ୟ —ହିନ୍ଦୁ ସ୍ମୃତିରେ ପୂର୍ବ ସ୍ୱାମୀଙ୍କ ସଙ୍ଗେ ସମ୍ପର୍କ ଥିବା ଯୋଗୁଁ ଉତ୍ତରାଧିକାରୀମାନେ ମୃତ ବ୍ୟକ୍ତିର ତ୍ୟକ୍ତ ଯେଉଁ ସମ୍ପତ୍ତିକୁ ପାଆନ୍ତି ତାକୁ ଦାୟ ବୋଲାଯାଏ ମିତାକ୍ଷରା ଅନୁସାରେ ଦାୟ ଦୁଇ ପ୍ରକାର ଯଥା ଅପ୍ରତିବନ୍ଧ ଓ ସପ୍ରତିବନ୍ଧ; ଯେଉଁ ଦାୟରେ ଉତ୍ତରାଧିକାରୀ ସମ୍ପତ୍ତି ପାଇବା ବିଷୟରେ କୌଣସି ପ୍ରତିବନ୍ଧକ ନ ଥାଏ ତାକୁ ଅପ୍ରତିବନ୍ଧ ଦାୟ ବୋଲାଯାଏ ଯଥା—ପୁତ୍ର ବା ନୀତି ପକ୍ଷରେ ପିତା ବା ପିତାମହଙ୍କ ତ୍ୟକ୍ତ ସମ୍ପତ୍ତି; ଯେଉଁ ସମ୍ପତ୍ତି ନିକଟତମ ଉତ୍ତରାଧି— କାରୀଙ୍କ ଅଭାବରେ ଦୂରବର୍ତ୍ତୀ ବ୍ୟକ୍ତିକୁ ମିଳେ ତାକୁ ସପ୍ରତିବନ୍ଧ ଦାୟ ବୋଲାଯାଏ ଯଥା—ପୁତ୍ର ବା ନାତି ଅଭାବରେ ଭାଇ ଓ ପୁତୁରା ପକ୍ଷରେ ଭାଇର ବା ପିତୃବ୍ୟଙ୍କ ତ୍ୟକ୍ତ ସମ୍ପତ୍ତି—ହିନ୍ଦୀ - ଶବ୍ଦସାଗର ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗରଜ; ପ୍ରୟୋଜନ —୧. Necessity; need-.
- ୨. ଗୁରୁ ଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟ; ଆବଶ୍ୟକୀୟ ଗୁରୁତର କାର୍ଯ୍ୟ — ୨. An act which must be done at any cost; an act entailing heavy and unavoidable responsibility.
(ଯଥା—ଋଣଦାୟ, ପିତୃଦାୟ, ମାତୃଦାୟ, କନ୍ୟାଦାୟ ଇତ୍ୟାଦି)
- ୩. ଅବଶ୍ୟ ନିବାରଣୀୟ ଜ୍ୱାଳା; ଭୟାନକ ଯନ୍ତ୍ରଣା — ୩. Craving; torment or pain which must be satisfied or removed.
(ଯଥା—ଗରିବ ପେଟର ଦାୟରେ ଚୋରି କରେ)
- ୪. ଅକଳ; ଅଖଞ୍ଜିଆ ଅବସ୍ଥା —୪. A queer position; difficulty.
- ୫. ବିଷମ ସମସ୍ୟା —୫. A dilemma.
- ୬. ଦୁଃଖ —୬. Trouble.