ଦାୟଭାଗ
ଦେଖଣା
ଦାୟଭାଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପୈତୃକ ଧନର ବିଭାଗ; ଉତ୍ତରାଧିକାରୀମାନଙ୍କ ମଧ୍ୟରେ ମୃତ ବ୍ୟକ୍ତିର ତ୍ୟକ୍ତ ସମ୍ପତ୍ତିର ବଣ୍ଟନ — ୧. Partition or division of inheritance amongst the heirs of a deceased person.
- ୨. ମୃତ ବ୍ୟକ୍ତିର ସମ୍ପତ୍ତି ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବିଭାଗ କରାଯିବାର ଆଇନ୍ —୨. The law of inheritance saccession.
- ୩. ଜୀମୂତବାହନ ନାମକ ପଣ୍ଡିତଙ୍କ କୃତ ପୈତୃକ ଧନ— ବିଭାଗ ସମ୍ୱନ୍ଧୀୟ ସଂସ୍କୃତ ସ୍ମୃତି ବା ଗ୍ରନ୍ଥ —୩. Name of a Sanskrit Law book or treatise in rules of inheritance prevalent in Bengal.
[ଦ୍ରଷ୍ଟବ୍ୟ —ଏହି ଗ୍ରନ୍ଥର ବିଧି ଅନୁସାରେ ବଙ୍ଗ ଦେଶରେ ପୈତୃକ ଧନ ବିଭକ୍ତ ହୁଏ ମାତ୍ର ଉତ୍କଳ ଦେଶରେ 'ମିତାକ୍ଷରା' ଗ୍ରନ୍ଥ ଅନୁସାରେ ତାହା ବିଭକ୍ତ ହୋଇଥାଏ ଯାଜ୍ଞବକ୍କ୍ୟଙ୍କ ସ୍ମୃତି ଉପରେ ବିଜ୍ଞାନେ— ଶ୍ୱରଙ୍କ କୃତ ଟୀକାକୁ ମିତାକ୍ଷରା ବୋଲାଯାଏ ମିତାକ୍ଷରାର ବ୍ୟବସ୍ଥା ଅନୁସାରେ ପଞ୍ଜାବ, କାଶୀ, ମିଥିଳା ଓ ଦାକ୍ଷିଣାତ୍ୟରେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ବିଭଜ୍ଜିତ ହୁଏ ଦାୟଭାଗ ଗ୍ରନ୍ଥ ଅନୁସାରେ କେବଳ ବଙ୍ଗ ଦେଶରେ ଉତ୍ତରଧିକାରୀଙ୍କ ମଧ୍ୟରେ ବିଭାଗ କରାଯାଏ]