ଦିଅ
ଦେଖଣା
ଦିଅ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. [ସଂସ୍କୃତ - ଦା ଧାତୁ; ଓଡ଼ିଆ ଦେବା କ୍ରିୟାର ଅନୁଜ୍ଞା, ମଧ୍ୟମ ପୁରୁଷ, ଆଦରାର୍ଥ ଏକ ବଚନ (ତୁମ୍ଭେ) ଓ ବହୁବଚନ (ତୁମ୍ଭେମାନେ) କର୍ତ୍ତା ସଙ୍ଗେ ଯୁକ୍ତ ଆକାର ]
[ସମ୍ପାଦନା]- ୧. (ତୁମେ ବା ତୁମ୍ଭେମାନେ) ଦାନ କର — ୧. (You) Do give.
- ୨. [ଦା ଧାତୁର ନିତ୍ୟପ୍ରବୃତ କଳା, ମଧ୍ୟମ ପୁରୁଷ, ଆଦରାର୍ଥେ ଏକ ବଚନ (ତୁମ୍ଭେ) ଓ ବହୁବଚମ (ତୁମ୍ଭେ— ମାନେ)ରେ ବ୍ୟବହୃତ ଆକାର ]— (ତୁମ୍ଭେ ବା ତୁମ୍ଭେମାନେ) ଦେଇଥାଅ — ୧. (you) Are in the habit of giving.
ଦେଶଜ - ଅ
[ସମ୍ପାଦନା]- ୧. ଚାଲ; ଫୁର୍ତ୍ତି କର; କାର୍ଯ୍ୟ ଶେଷ କର — ୧. Be up; now; well.
- ୨. ଏ କଥା ଥାଉ; ଛାଡ଼ ସେ କଥା — ୨. Now to others matters, let us drop the matter for the present.
(ଯଥା—ଦୁଇଜଣ କଥାବାର୍ତ୍ତା ହେଉ ହେଉ ଜଣେ ଯିବା ପାଇଁ ଉଠ କହେ 'ଦିଅ! ଆଜି ଏତିକି ଥାଉ, କାଲି ପୁଣି ଭେଟ ହେଲେ କଥା ଭାଷା ହେବା ଦିଅ ସେ ଗପରୁ କଣ ମିଳିବ?')