ଦିକଡ଼ାର କରିଦେବା
ଦେଖଣା
ଦିକଡ଼ାର କରିଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦିକଡ଼ାର କରିଦେବା
|
=== ଦିକଉଡ଼ାର ବନାଇଁ ଦେବା, ଦିକଡ଼ା କରିବା, ଦିକଡ଼ାବନାଇଦେବାଅନ୍ୟରୁପ
ଦେଶଜ - କ୍ରି୧ ଅତି ଅଳ୍ପ ମୁଲ୍ୟବିଶିଷ୍ଟ କରିଦେବା —୧. To cause to be come valueless.
(ଯଥା—ପିଲାଟି ପାଟଲୁଗାକୁ ମାଟିରେ ଘୋଷାରି ଘୋଷାରି ଦିକଡ଼ାର କରିଦେଲାଣି)
- ୨. ଅତି ନ୍ୟୁନ ବା ଲଘୁ କରିବା; ତୁଚ୍ଛ କରିବା —୨. To slight; to neglect
(ଯଥା— ବାପାଙ୍କ କଥାକୁ ଯେ ସବୁବେଳେ ଦିକଡ଼ାରେ କରିଦିଏ ତାର ଅସ୍ତଦଶା ନ ହୋଇ ଆଉ କାହାର ହେବ?]
- ୩. ନିନ୍ଦିତ କରିବା; ଅବମାନିତ କରିବା; ଛି ଛି କରିବା — ୩. To lay one's honour in dust; to disgrace a person.
(ଯଥା—ଯାହାର କଲୁ କଲୁ, ନିଜର ଅପମାନପାଇବା କଥା ଦାଣ୍ଡରେ ହାଟରେ କହି ବୁଲ୍ ନାଁ, ତାହାହେଲେ ଲୋକେ ତୋତେ ଦିକଡ଼ାର କରିଦେବେଟି)
- ୪. ଅକାମିକା କରିଦେବା — ୪. To reduce to worthlessness.
(ଯଥା—ସୁରା ଆଉ ବେଶ୍ୟା, ଏ ଦୁଇଟି ମନୁଷ୍ୟର ସର୍ବନାଶର କାରଣ; ତାଙ୍କ କବଳରେ ଯେ ପଡ଼ିଲା, ତାକୁ ସେ ଅବଶେଷରେ ଦିକଡ଼ାର କରି ଦିଅନ୍ତି)