ଦିନ

ଉଇକିଅଭିଧାନ‌ରୁ

ଦିନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରାତ୍ରି—ବିପରୀତ)

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦୋ ଧାତୁ= ଛେଦନ କରିବା+ କର୍ତ୍ତୃ. ଇନ; ଯାହା ଅନ୍ଧକାରକୁ ଛେଦନ କରେ)[ସମ୍ପାଦନା]

୧. ଦିବସ —୧. Day.
୨. ପୃଥିବୀ ନିଜର ଅକ୍ଷଦଣ୍ଡରେ ଥରେ ସୂର୍ଯ୍ୟଙ୍କ ଚାରି ଆଡ଼େ ବୁଲିବାକୁ ଯେତେ ସମୟ ଲାଗେ; ଅହୋରାତ୍ର; ସପ୍ତାହର ଗୋଟିଏ ଦିବସ —୨. A week day; a day and night; the time from one sunrise to another sunrise; a solar day.
୩. ୨୪: ଘଣ୍ଟା ପରିମିତ ସମୟ — ୩. A period of ୨୪ hours.

(ଯଥା—ଏତକ ତାର ଦିକର ଖାଦ୍ୟ)

୪. ସୂର୍ଯ୍ୟାଲୋକିତ ବେଳା; ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟ —୪. Day time; the time between sunrise and sunset.

(ଯଥା—ଦିନରେ କାହିଁକି ଅଇଲୁ)

[ଦ୍ରଷ୍ଟବ୍ୟ —ପୃଥିବୀ ଆପଣା ଅକ୍ଷରେ ଘୁରି ସୂର୍ଯ୍ୟଙ୍କ ଚାରି ପାଖେ ବୁଲୁଅଛି ପୃଥିବୀ ଘୁରିବା ବେଳେ ପୃଥିବୀର ଯେଉଁ ଅଧକ ସୂର୍ଯ୍ୟଙ୍କ ଆଡ଼କୁ ଥାଏ ସେ ଅଧକରେ ଦିନ ଓ ଯେଉଁ ଅଧକ ସୂର୍ଯ୍ୟଙ୍କ ବିପରୀତ ଦିଗରେ ଥାଏ ସେ ଅଧକରେ ରାତି ହୁଏ ଏହି ଅର୍ଥରେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟ ଦିନ ଓ ସୂର୍ଯ୍ୟାସ୍ତଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରାତି ହୁଏ ସୂର୍ଯ୍ୟ ଓ ପୃଥିବୀର ଆପେକ୍ଷିକ ଅବସ୍ଥିତି ଅନୁସାରେ ଦିନ ଓ ରାତି ପରିମାଣ କମ୍ ବେଶି ହୁଏ ଯେଉଁ ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥାଆନ୍ତି ସେ ଦିନ ଦିନ ୧୨: ଘଣ୍ଟା ଓ ରାତି ୧୨: ଘଣ୍ଟା ହୁଏ, ଅର୍ଥାତ୍ ଦିନ ଓ ରାତି ସାମାନ ହୁଏ; କିନ୍ତୁ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳରେ ରାତି ବଡ଼ ଓ ରାତି ଛୋଟ ହୁଏ ଓ ଦକ୍ଷିଣାୟନ କାଳରେ ରାତି ବଡ଼ ଓ ଦିନ ଛୋଟ ହୁଏ ପକ୍ଷାନ୍ତରେ ଏକ ସୂର୍ଯ୍ୟୋଦୟଠାରୁ ପରବର୍ତ୍ତୀ ସୂର୍ଯ୍ୟୋ— ଦ୍ୱୟ ପର୍ଯ୍ୟନ୍ତ ୨୪: ଘଣ୍ଟା ସମୟକୁ ଦିନ ବୋଲାଯାଏ ହିନ୍ଦୁ ମାନଙ୍କର ଦିନର ଗଣନା ଏକ ସୂର୍ଯ୍ୟୋଦୟଠାରୁ ପରବର୍ତ୍ତୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ କରାଯାଏ କିନ୍ତୁ ପାଶ୍ଚାତ୍ୟମାନେ ନିଶାର୍ଦ୍ଧ ଟପିବା ସମୟରୁ ପରବର୍ତ୍ତୀ ବିଶାର୍ଦ୍ଧ ପର୍ଯ୍ୟନ୍ତ ଏକ ଦିବସ ଗଣନା କରନ୍ତି]

୫. ବେଳ; କାଳ; ସମୟ —୫. Time.

ଧନ ଅରଜନ କଥାକୁ ନ ଜଣାଇ ଜିତେନ୍ଦ୍ରିୟ ହୋଇଣ ଦିନକୁ ନଅଇଁ କୃଷ୍ଣସିଂହ, ମହାଭାରତ, ବନ

୬. ନିର୍ଦ୍ଦିଷ୍ଟ ସମୟ; ତାରିଖ —୬. Date; fixed date.

(ଯଥା—ସମନରେ ହାଜର ହେବାର ଦିନ ଲେଖା ଯାଇଛି)

୭. ଶୁଭ ଯୋଗ ଯୁକ୍ତ ସମୟ — ୭. Auspicious time or date.

(ଯଥା—ବିବାହ ପାଇଁ ପାଞ୍ଜିରୁ ଗୋଟିଏ ଦିନ ବୁଝ)

୮. ତିଥି —୮. A lunar day.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଜୀବନକାଳ — ୧. Span of life; lifetime.

ମୁଁ ତ ଯୁବତୀ ଅବଳା ମୋ ଦିନ କେ ସାରିବରେ ସଙ୍ଗୀତ

୨. ନିର୍ଦ୍ଧାରିତ ସମୟର ସୀମା; ମିଆଦ — ୨. Time-limit; limitation.
୩. ବୟସ —୩. Age.

(ଯଥା—ମରିବା ଦିନକୁ ପରିବା କାଟିବା ନ୍ୟାୟ—ଢଗ)

୪. ଋତୁ; ପାଗ —୪. Season of the year; weather.

(ଶୀତଦିନ; ଖରାଦିନ; ବର୍ଷାଦିନ; ମେଘୁଆଦିନ)

୫. ଦିନବନ୍ଧୁର ଆଦରାର୍ଥକ ଡାକ ନାମ —୫. A name for calling Dinabandhu in fondness.