Jump to content

ଦିଶିବା

ଉଇକିଅଭିଧାନ‌ରୁ

ଦିଶିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦିଶାଇବା, ଦେଖାଇବା—ଣିଜନ୍ତ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୃଶ୍ ଧାତୁ; ପ୍ରାକୃତ ଦିସ୍ ଧାତୁ)

[ସମ୍ପାଦନା]
୧. ଦେଖାଯିବା; ଦୃଷ୍ଟି ଗୋଚର ହେବା — ୧. To be seen; to be visible; to come to view; to appear.

ମନୁଷ୍ୟ ପରି ଦିଶୁନାହିଁ ତ ଆକୃତି କୃଷ୍ଣସିଂହ. ମହାଭାରତ ବନ

୨. ବୋଧହେବା; ଜଣାପଡ଼ିବା —୨. To seem; to look to be felt to be known.

କହିଲେହେଁ ଅନୁସରି ରାଜି ତ ନ ଦିଶିଲାରେ କବିସୂର୍ଯ୍ୟ. କିଶୋରୀଚମ୍ପତ ଗୀତ

୩. ଜଣାଯିବା; (ମନରେ) ଉଦୟ ହେବା — ୩. To be thought; to appear (to one's mind); to strike (one's-mind).

ଦେଲେ ତରୁଣ କେଶରୀ କୋଳେ କୁରଙ୍ଗୀ କିଶୋରୀ ଦିଶଇ କି ବଞ୍ଚିବା ଭରସା କବିସୂର୍ଯ୍ୟ. ସଙ୍ଗୀତକଳ୍ପଲତା

୪. ପୂର୍ବରୁ ଆଭାସଦ୍ୱାରା ଜଣାପଡ଼ିବା — ୪. To be known beforehand from indications.
୫. ପ୍ରକାଶିତ ହେବା — ୫. To be exhibited; to be manifest.

ଅଭାଗିନୀକି ତାରିଲେ ଯଶ ସିନା ଦିଶିବ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୬. ସୂଚିତ ହେବା —୬. To be indicated.

ବିଗଳିତ ସ୍ୱଭାବେ ପ୍ରଣୟ ବିରସେ ନିଜ ଉତ୍କଣ୍ଠାଭାବ ନୟନେ ଦିଶେ—ପ୍ରାଚୀ. ରସବାରିଧି