ଦୀନକୃଷ୍ଣ ଦାସ

ଉଇକିଅଭିଧାନ‌ରୁ

ଦୀନକୃଷ୍ଣ ଦାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବି (ନାମ)[ସମ୍ପାଦନା]

୧. ଓଡ଼ିଶାର ଜନୈକ ପ୍ରାଚୀନ କବି —୧. A classical poet of Orissa.

[ଦ୍ରଷ୍ଟବ୍ୟ — ଏ କବି ପୁରୀ ସହରବାସୀ ଜଣେ କରଣ ବୈଷ୍ଣବ; ରସକଲ୍ଲୋଳ, ଜଗନ୍ନାଥ ଭାଗବତ, ବାରମାସୀ କୋଇଲି ପ୍ରଭୃତି ୧୪ ଖଣ୍ଡ ପୁସ୍ତକ ଏ ରଚନା କରିଥିଲେ ସେ ସପ୍ତଦଶ ଶତାଦ୍ଦୀର ଜଣେ ପ୍ରତିଭାଶାଳୀ କବି ଥିଲେ ତାରିଣୀ—ଉତ୍କଳସାହିତ୍ୟ ଇତିହାସ]

୨. ଉତ୍କଳର ଆଉ ଜଣେ ପ୍ରାଚୀନ ବିଷ୍ଣୁଭକ୍ତ କବି — ୨. Name of another poet of Orissa.

[ଦ୍ରଷ୍ଟବ୍ୟ — ଏହାଙ୍କ ପିତାଙ୍କ ନାମ ମଧୂସୁଦନ। ଏ ଜାତିରେ ରଜପୁତ। ଏହାଙ୍କ ନିବାସ ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀକୂଳସ୍ଥ ଜଳେଶ୍ୱର। ଏହାଙ୍କ ଜୀବନ ଦିନାକେତେ ପୁରୀରେ, ତତ୍ପରେ ବ୍ରାହ୍ମଣୀକୂଳସ୍ଥ ମଧୁପୁର କିଲାର ଏକଘରିଆ ଗ୍ରାମରେ ଅତିବାହିତ ହୋଇଥିଲା। ଶେଷ ଜୀବନରେ ପୁଣି ସେ ପୁରୀରେ ରହିଥିଲେ। ଏହାଙ୍କର ଏନ୍ୟ ନାମ କୃଷ୍ଣ ଦାସ ଥିବା ଅନୁମତି ହୁଏ। ଏହାଙ୍କ ରଚିତ ଗ୍ରନ୍ଥମାନଙ୍କ ନାମ ଯଥା— ରସବିନୋଦ, ଗୁଣସାଗର, ଧର୍ମସାଗର,ଅମୃତସାଗର,ତତ୍ତ୍ୱସାଗର, ଭକ୍ତିସାଗର, ମୁକ୍ତିସାଗର, ଜ୍ଞାନସାଗର,ମହିମାସାଗର, ଭାବସମୁଦ୍ର, ନାବକେଳି, ଭୁତକେଳି, ନାମରତ୍ନଗୀତା,ଶରୀରଭେଦ ଭଜନ, ସ୍ତ୍ରୀପୁରୁଷଲକ୍ଷଣ, ବୈଦ୍ୟ—ଶାସ୍ତ୍ର, ନାରକାସୁରବଧ,ଜାମ୍ୱବତୀ ବିଭା,ଗୀତାଗୋବିନ୍ଦ ଅର୍ଥ, କଂସ ବୋଧନ, ଜଗମୋହନ ଛାନ୍ଦ, ଆର୍ତ୍ତତ୍ରାଣ ଚଉତିଶା, କମଳକାନ୍ତ ଚଉତିଶା]