ଦୀପକ
ଦେଖଣା
ଦୀପକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦୀପ୍ ଧାତୁ ଣିଚ୍=ଦୀପି ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଔଜ୍ଜ୍ୱଲାୟକାରକ: ଦୀପ୍ତିକର — ୧. Illuminating.
- ୨. ଦାହକ; ଯାହା ଜାଳି ଦିଏ —୨. Inflammatory.
- ୩. ଶୋଭାଜନକ —୩. Radiant; splendid.
- ୪. ପ୍ରକାଶକ; ଉଜ୍ଜ୍ୱଳ —୪. Justrous.
- ୫. ଯାହା ଆଲୁଅ ଜଳାଏ —୫. Illuminating.
- ୬. ଉଦ୍ଦୀପକ —୬. Inflaming; irritant.
- ୭. ଉତ୍ତେଜକ —୭. Exciting.
- ୮. ଜୀର୍ଣ୍ଣକାରକ —୮. Digestive.
- ୯. ଉଦାହରଣ ବା ବ୍ୟାଖ୍ୟାଦିଦ୍ୱାରା ଅର୍ଥ ପ୍ରକାଶକ — ୯. Illustrating; expounding.
ବିଶେଷ୍ୟ -
[ସମ୍ପାଦନା]- ୧. କୁଙ୍କୁମ —୧. Saffron.
- ୨. ଯୁଆଣୀ —୨. Ajwan; caraway.
- ୩. କାବ୍ୟର ଅଳଙ୍କରବିଶେଷ —୩. Name of a figure in rhetoric, consisting of elegance in expression.
[ଦ୍ରଷ୍ଟବ୍ୟ —ବାକ୍ୟରେ ଏକମାତ୍ର କର୍ତ୍ତୃପଦ ସଙ୍ଗେ ଅନେକଗୁଡ଼ିଏ କ୍ରିୟାପଦର ସମ୍ୱନ୍ଧ ରହିଲେ କିମ୍ୱା ପ୍ରସ୍ତୁତ ଓ ଅପ୍ରସ୍ତୁତ ବିଷୟର ଏକ ଧର୍ମସମ୍ୱନ୍ଧ ବର୍ଣ୍ଣିତ ହେଲେ ଦୀପକାଳଙ୍କାର ହୁଏ]
- ୪. ପ୍ରଦୀପ —୪. Lamp.
- ୫. ଛଞ୍ଚାଣ; ବାଜପକ୍ଷୀ —୫. Hawk; Faleo Nisus.
- ୬. ବ୍ୟାଖ୍ୟା ଓ ବିବରଣ ପୁସ୍ତକମାନଙ୍କର ଉପାଧି — ୬. Title of various descriptive books and commentaries.
- ୭. ମୟୂରଶିଖା (ହିନ୍ଦୀ - ଶବ୍ଦସାଗର) — ୭. The crest feathers of a peacock.
- ୮. ସଙ୍ଗୀତର ରାଗବିଶେଷ — ୮. Name of a tune in Hindu̇ music.
[ଦ୍ରଷ୍ଟବ୍ୟ —ଏହା ଗ୍ରୀଷ୍ମ ଋତୁର ମଧ୍ୟାହ୍ନ ସମୟରେ ବୋଲାଯିବାର ବିଧି; କଥିତ ଅଛି ଯେ ବିଧିମତେ ଦୀପକ ରାଗ ଆଳାପ କରାଗଲେ ନିଭିଲା ଦୀପମାନ ଜଳି ଉଠେ କଥିତ ଅଛି ଯେ ବିଖ୍ୟାତ ଗାୟକ ତାନସେନ୍ ଏହି ଦୀପକ ରାଗର ଆଳାପ କରୁ କରୁ ଅନ୍ତର୍ଦଗ୍ଧ ହୋଇ ପ୍ରାଣତ୍ୟାଗ କରିଥିଲେ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଆଧୁନିକ ବିଜ୍ଞାନପାରିଭାଷିକ ଶବ୍ଦ)—ଫସ୍ଫରସ୍ ନାମକ ଉପଧାତୁ —Phosphorus.