ଦୀପଦାନ
ଦେଖଣା
ଦୀପଦାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୀପ+ଦାନ; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. (ଦୀପାବଳୀ ବା ମାର୍ଗଶିର ଅମାବାସ୍ୟା; କାର୍ତ୍ତିକ ବ୍ରତ) ଶିବରାତ୍ରି ଉପଲକ୍ଷରେ ଦେବତାଙ୍କ ନାମରେ ବା ପିତୃ ଲୋକଙ୍କ ନାମରେ ଘିଅଦୀପ ଜଳାଇ ଉତ୍ସର୍ଗ କରାଯିବା କର୍ମ —୧. Ceremonial offering of lighted lamps to the Deities or manes on certain religious occasions.
- ୨. କାର୍ତ୍ତିକ ମାସର ରାଇ ଦାମୋଦର ବ୍ରତ ଉପଲକ୍ଷେ ବହୁ ପ୍ରଦୀପ ଜଳାଇ ଉତ୍ସର୍ଗ କରିବା କର୍ମ — ୨. The ceremonial offering of lamps during the month of Kārttika.
(ଯଥା—ଦୀପଦାନ କାର୍ତ୍ତିକରେ ପ୍ରୟାଗ ସ୍ନାନ ମକରେ ଯେହୁ ନ କରେ)
- ୩. ମରଣାପନ୍ନ ବ୍ୟକ୍ତିର ହାତରେ ଚାଉଳ ଚୂନା ଚକଟା ହୋଇ ପ୍ରସ୍ତୁତ ଦୀପ ରଖି ସଂକଳ୍ପ କରାଯିବା କର୍ମ (ହିନ୍ଦୀ - ଶବ୍ଦସାଗର) —୩. A ritual consisting of offering a lamp held in the hands of a dying person.