Jump to content

ଦୀର୍ଘତମା

ଉଇକିଅଭିଧାନ‌ରୁ

ଦୀର୍ଘତମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୀର୍ଘ+ତମସ; ୧ମା. ୧ବ)

[ସମ୍ପାଦନା]
୧. ଧନ୍ୱନ୍ତରୀଙ୍କ ପିତା ଓ କାଶୀରାଜାଙ୍କ ପୁତ୍ର (ଜ୍ଞାନେନ୍ଦ୍ର) —୧. Name of the father of Dhanwantarī.
୨. ଦେବଗୁରୁ ବୃହସ୍ପତିଙ୍କ ଜ୍ୟେଷ୍ଠ ଭ୍ରାତା ଓ ଗୌତମଙ୍କ ପିତା; ଋଷିବିଶେଷ (ଏ ଜନ୍ମର ଥିବାରୁ ଏହି ନାମ) — ୨. Name of a sage; elder brother of Bruhaspati and father of G&aline;&uline;tama

[ଦ୍ରଷ୍ଟବ୍ୟ —ଋଗ୍ୱେଦର ପ୍ରଥମ ମଣ୍ଡଳରେ ଏ ଋଷିଙ୍କ ରଚିତ କେତେ— ଗୁଡିଏ ସୁକ୍ତ ଅଛି ମହାଭାରତରେ ଲେଖା ଅଛି ଯେ, ଉତତ୍ଥ ନାମରେ ଜଣେ ତେଜସ୍ୱୀ ଋଷୀ ଥିଲେ ତାଙ୍କ ସ୍ତ୍ରୀ ମମତା ଗର୍ଭବତୀ ଥିବା ଅବସ୍ଥାରେ ଉତତ୍ଥଙ୍କ ସାନ ଭାଇ ବୃହସ୍ପତି ମମତାଙ୍କ ନିଷେଧସତ୍ତ୍ୱେ ତାଙ୍କ ସହବାସ କରିବାରୁ ଗର୍ଭସ୍ଥ ବାଳକ ଗର୍ଭରେ ଥାଇ ବୃହସ୍ପତିଙ୍କୁ ନିଷେଧ କଲେ ଓ ଗର୍ଭସ୍ଥ ଶିଶୁ ବୃହସ୍ପତିଙ୍କ କାର୍ଯ୍ୟକୁ ନିଜର ପାଦଦ୍ୱାରା ରୋକି ଦେଲେ ଏଥିରେ ବୃହସ୍ପତି ଶିଶୁକୁ ଶାପ ଦେଲେ ଯେ 'ତୁ ଦୀର୍ଘତମା (ଅନ୍ଧ) ହୋଇ ଜନ୍ମିବୁ' ତଦନୁସାରେ ଏ ଶିଶୁ ଜନ୍ମାନ୍ଧ ହୋଇ ଜନ୍ମିଲେ ଓ ଏହାଙ୍କ ନାମ ଦୀର୍ଘତମା ହେଲା ଦୀର୍ଘତମା ପ୍ରଦ୍ୱେଷୀ ନାମ୍ନୀ ବ୍ରାହ୍ମଣକନ୍ୟାକୁ ବିବାହ କଲେ ଓ ତାଙ୍କ ଔରସରେ ଗୋତମ ଆଦି କେତେ ପୁତ୍ର ଜନ୍ମିଲେ ପରେ ଦୀର୍ଘତମା କାମଧେନୁଙ୍କଠାରୁ ଗୋଧର୍ମ ଶିକ୍ଷା କରି ଶ୍ରଦ୍ଧାପୂର୍ବକ ତାଙ୍କ ସଙ୍ଗେ ମୈଥୂନ ଆଦିରେ ପ୍ରବୃତ୍ତ ହେବାରୁ ପ୍ରଦ୍ୱେଷୀ ତାଙ୍କ ଉପରେ କ୍ରୁଦ୍ଧା ହୋଇ ତାଙ୍କୁ ପୋଷିବାକୁ ମନା କଲେ ଦୀର୍ଘତମା ଏଥିରେ କ୍ରୁଦ୍ଧ ହୋଇ ଶାପ ଦେଲେ 'ଆଜିଠାରୁ ଆମ୍ଭେ ସମାଜରେ ଏହି ମର୍ଯ୍ୟାଦା ବାନ୍ଧିଲୁଁ ଯେ ପ୍ରତ୍ୟେକ ସ୍ତ୍ରୀ ଏକମାତ୍ର ପତି ସଙ୍ଗେ ଅନୁରକ୍ତ ହେବ ଓ ପତି ଜୀଇ ଥାଉଁ ବା ମୃତ ହେଲେ ମଧ୍ୟ ଅନ୍ୟ ପତି ଗ୍ରହଣ କଲେ ପତିତା ହେବ ପ୍ରଦ୍ୱେଷୀ କ୍ରୁଦ୍ଧା ହୋଇ ତାଙ୍କୁ ଗଙ୍ଗାରେ ପକାଇ ଦେଲେ ସେଠାକୁ ସେହି ସମୟରେ ଗାଧୋଇବାକୁ ଆସି ଥିବା ବଳି ରାଜା ତାଙ୍କୁ ନେଇ ନିଜ ଘରେ ରଖିଲେ ଓ ରାଜାଙ୍କ ପ୍ରାର୍ଥନା ଅନୁସାରେ ସେ ରାଣୀ ସୁଦେଷ୍ଣାଙ୍କ ଗର୍ଭରେ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୁମ୍ଭ ନାମକ ଅତ୍ୟନ୍ତ ତେଜସ୍ୱୀ ପୁତ୍ର ଜନ୍ମାଇଲେ ଓ ଏହାଙ୍କ ଆଶୀର୍ବାଦରେ ଏହି ପୁତ୍ରମାନଙ୍କ ନାମରେ ଦେଶମାନଙ୍କ ନାମ ହେଲା ହିନ୍ଦୀ - ଶବ୍ଦସାଗର ]