ଦୀର୍ଘମାତ୍ରା
ଦେଖଣା
ଦୀର୍ଘମାତ୍ରା
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ଦୀର୍ଘ+ମାତ୍ରା; କର୍ମଧା)—ଆଧୁନିକ ଗଣିତ ପରିଭାଷା)
- ୧. ବ୍ରାକେଟ୍ ବା ବନ୍ଧନୀ ଚିହ୍ନ, ଯଥା (); [] (ଜ୍ଞାନେନ୍ଦ୍ର) —୧. Bracket signs.
- ୨. (ଆଧୁନିକ ଗଣିତ ପରିଭାଷା) ଏକପ୍ରକାର ବନ୍ଧନୀ ବା ବ୍ରାକେଟ୍ ଚିହ୍ନ; ରାଶୀଗଣର ଉର୍ଦ୍ଧ୍ୱରେ ଟଣାଯିବା ବନ୍ଧନୀ— ଜ୍ଞାପକ ରେଖା —୨. (mathematics) The sign of vinqulum; a line or link drawn over more than one number indicating or serving the purpose of a bracket.
[ଦ୍ରଷ୍ଟବ୍ୟ —ଯେଉଁ ରାଶିମାନଙ୍କ ଉପରେ ଏପରି ଚିହ୍ନ ଥାଏ ସେମାନଙ୍କୁ ପ୍ରଥମେ ଯୋଗ, ବିୟୋଗ, ଗୁଣନ, ହରଣ ଆଦି କରିବା ପରେ ତତ୍— ପାଶ୍ୱବର୍ତ୍ତୀ ଅନ୍ୟ ରାଶିମାନଙ୍କ ସମ୍ୱନ୍ଧେ ସୂଚିତ ଗାଣିତିକ କର୍ମ କରାଯାଏ ଯଥା (୫*୫+୫: ); ଏଠାରେ ପ୍ରଥମେ ଦ୍ୱିତୀୟ ୫ ସଙ୍ଗେ ତୃତୀୟ ୫କୁ ମାଶାଇବା ପରେ ଯୋଗଫଳକୁ ୫ରେ ଗୁଣିବାକୁ ହେବ (୫*୫+୫: ) ଏହି ସ୍ଥଳରେ ୨ୟ ଓ ୩ୟ ସଂଖ୍ୟା ଉପରେ ଦୀର୍ଘମାତ୍ରା ଚିହ୍ନ ଥିବାରୁ ଏଥିର ଫଳ ହେଲା ୫ କିନ୍ତୁ ଯେବେ ଦୀର୍ଘମାତ୍ରା ଚିହ୍ନ ନ ରହିବ (୫*୫+୫: ) ତେବେ ପ୍ରଥମ ୫କୁ ଦ୍ୱିତୀୟ ୫ରେ ଗୁଣି ଗୁଣନଫଳରେ ତୃତୀୟ ୫ ଯୋଗ କରାଯିବ ଓ ତହିଁର ଫଳ ହେବ ୩]
- ୩. (ବ୍ୟାକରଣ) ବ୍ୟଞ୍ଜନ ବର୍ଣ୍ଣରେ ଯୁକ୍ତ ଦୀର୍ଘସ୍ୱର — ୩. The sign of a long vowel joined to a consonant.