ଦୁଆର
ଦେଖଣା
ଦୁଆର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱାର; ପ୍ରା. ଦୁୟାର; ତୁଳ. ଇଂରାଜୀ - ଡୋର୍; ଫାରାସୀ - ଦର୍ବାଜା)
[ସମ୍ପାଦନା]- ୧. କବାଟ —୧. Door.
ସୁରଙ୍ଗ ପ୍ରାଚୀ ପ୍ରକୋଷ୍ଠ ଦୁଆର ଫେଇ ସୁରବାଳା ହେଉ ବାହାର—ନୀଳମଣି. ଚିନ୍ତାତରଙ୍ଗିଣୀ
- ୨. ସଦର ଦରୋଜା; ଗୃହର ପ୍ରଧାନ ପ୍ରବେଶ ମାର୍ଗ — ୨. The chief entrance to a house.
ଋତୁପର୍ଣ୍ଣ ଦୁଆରେ ବେଦକୁ ପଢିଲେ କୃଷ୍ଣସିଂହ. ମହାଭାରତ, ବନ
- ୩. ଫାଟକ —୩. Gate; gateway.
ତୁମ୍ଭେ ତ ଭିତରକୁ ଗଲ, ଆମ୍ଭଙ୍କୁ ଦୁଆର ଜଗାଇଲ ଢଗ
- ୪. ଦ୍ୱାର ନିକଟସ୍ଥ ପିଣ୍ଡା — ୪. A veranda adjoining the entrance to a house; balcony.
ଅର୍ଘ୍ୟସ୍ଥାଳୀ ଘେନି ସେ ଆସି ଦୁଆରକୁ କୃଷ୍ଣସିଂହ, ମହାଭାରତ ସଭା
୫ : ପ୍ରାଙ୍ଗଣ; ଅଗଣା —୫. A court yard.
ସହି ନ ପାରି ତାହା ବୋଇଲେ ଧାଈକି ଡାକିଆଣ ଦୁଆରେ ଥିବା ସ୍ତିରୀଟିକି କୃଷ୍ଣସିଂହ, ମହାଭାରତ ବନ
- ୬. ଓଡ଼ିଶାର ସ୍ୱାଧୀନ ରାଜାଙ୍କ ସମୟରେ ଯୁଦ୍ଧରେ ବ୍ୟବହୃତ ଦୁଇ ମୁନିଆଁ ଶସ୍ତ୍ରବିଶେଷ (ଜଗବନ୍ଧୁ—ପ୍ରାଚୀନ ଉତ୍କଳ ) — ୬. A two-pronged weapon, used in the wars of Orissa in olden days.