ଦୁଖ (ଇତ୍ୟାଦି)
ଦେଖଣା
ଦୁଖ (ଇତ୍ୟାଦି)
ଉଚ୍ଚାରଣ
[ସମ୍ପାଦନା](ଦୁକ୍ଖ—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦୁଃଖ)
[ସମ୍ପାଦନା]- ୧. ଦୁଃଖ ଇତ୍ୟାଦି (ଦେଖ) - ୧. Duḥkha etc. (See)
ଅନୁବାଦ
[ସମ୍ପାଦନା]ଯେତେ ଦୁଖ ଜଳ ବନରେ ପାଇଥିଲେ ସବୁ ଭୀମ ରାଜାଙ୍କ ଆଗେ ଜଣାଇଲେ କୃଷ୍ଣସିଂହ. ମହାଭାରତ. ବନ
- ୨. ରୋଗ; ପୀଡ଼ା —୨. Illness; sickness.
(ଯଥା—ପେଟ ଦୁଖ, ଦିହ ଦୁଖ)
- ୩. ପ୍ରସବ ବେଦନା — ୩. Throes of child-birth.
- ୪. (ମନର) ବିରସତା; ଅପ୍ରସନ୍ନତା — ୪. Dejection (of spirit).
- ୫. ଦୁଃଖ ଧନ୍ଦା (ଦ୍ଖ) ୫. Duḥkha dhandā (See)
- ୬. ଦୁଃଖମୟ ଘଟନା ବା ବିଷୟ —୬. A matter or description of misery.
(ଯଥା—ଦୁଖ କହିବି କି ସୁଖ କହିବି? ଯାହା ଅଙ୍ଗେ ନିଭେଇଛି ତାହା କହିବି—ଢଗ)
- ୭. ଅଭାବ —୭. Want.
(ଯଥା—ରାଜାଙ୍କ ଛାମୁରେ ମୁଁ ମୋ ଦୁଖ ଜଣାଇବି)
- ୮. ନିର୍ଦ୍ଧାନତାଜନିତ କଷ୍ଟ — ୮. Trouble due to poverty.
(ଯଥା—ସେ ବଡ଼ଲୋକଘରର ପିଲାଏ ଆଜିକାଲି ଦୁଖ ପାଇ ଗଲେ)
ବିଶେଷଣ -
[ସମ୍ପାଦନା]- ୧. ଦୁଃଖମୟ; କଷ୍ଟମୟ — ୧. Painful; miserable.
ମା ମାରେ ! ପାଠପଢ଼ା ବଡ଼ ଦୁଖ ହାତ ଗୋଡ଼ ଦୁଇ ଲଗାଇରେ ! ପାଶ୍ଚାନ୍ତେ ବଡ଼ ସୁଖ—ଶିଶୁ ଗୀତ
- ୨. ଦୁଃଖଜନକ —୨. Causing or bringing about misery.