ଦୁନ୍ଦୁଭି
ଦେଖଣା
ଦୁନ୍ଦୁଭି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୁନ୍ଦୁ=ଅନୁକରଣ ଶବ୍ଦ+ଭା. ଧାତୁ=ଦୀପ୍ତି ପାଇବା ବା ଉଚ୍ଚାରଣ କରିବା+କର୍ତ୍ତୃ. ଇ)
[ସମ୍ପାଦନା]ନାଗରା; ଢୋଲ —୧. Drum; tomtom; kettle-drum.
[ଦ୍ରଷ୍ଟବ୍ୟ —ହିନ୍ଦୁପୁରାଣ ମତରେ ଏହା ଦେବତାମାନେ ବ୍ୟବହାର କରନ୍ତି]
- ୨. ଦୈତ୍ୟବିଶେଷ —୨. Name of Titan.
- ୩. ବାଳିଦ୍ୱାରା ହତ ପରାକ୍ରମଶାଳୀ ରାକ୍ଷସବିଶେଷ — ୩. Name of a demon killed by Bāḻi.
ବାଦ ରଚିବ ବିଚାରି ଶୁଣିଲେ ଦୁନ୍ଦୁଭି—ଭଞ୍ଜ. ବୈଦେହୀଶବିଳାସ
- ୪. ବରୁଣ —୪. Baruṇa the God of the ocean.
- ୫. ବିଷ —୫. Venom; poison.
- ୬. ପଶା —୬. Dice for playing.
- ୭. ପଶା ଖେଳରେ ପଡ଼ିବା ଦାନ —୭. The throws or points in the game of dice.
- ୮. ପାର୍ଷ୍ଣି —୮. The rear of an army.