Jump to content

ଦୁରନ୍ୱୟ

ଉଇକିଅଭିଧାନ‌ରୁ

ଦୁରନ୍ୱୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୁର୍+ଅନ୍ୱୟ; କର୍ମଧା)

[ସମ୍ପାଦନା]
୧. ଭୁଲ ନିର୍ଦ୍ଧାରଣ — ୧. A wrong conclusion.
୨. ବାକ୍ୟଦୋଷବିଶେଷ — ୨. A grammatical defect.

[ଦ୍ରଷ୍ଟବ୍ୟ —ଯେଉଁ ବାକ୍ୟର ଅନ୍ୱୟ ଅର୍ଥାତ୍ କର୍ତ୍ତା କ୍ରିୟା ପ୍ରଭୃତିର ଅବସ୍ଥିତିର କ୍ରମଯୋଗୁଁ ଅର୍ଥାବଗତି କଷ୍ଟସାଧ୍ୟ ହୁଏ ସେଠାରେ ଦୁରନ୍ୱୟ ଦୋଷ ହୁଏ ନିମ୍ନଲିଖିତ ପଦ୍ୟ ଦୁରନ୍ୱୟ ଦୋଷଯୁକ୍ତ ଅଟେ]

ସ୍ୱପ୍ନ ସମ ନିଦ୍ରା ପାରାବରେ କ୍ଷଣକେ ହୁଅଇ ଲୀନ ଗର୍ବଦମ୍ଭ ଅଭିମାନ ସଂସାରର ଆଡ଼ମ୍ୱର ବୁଦ୍ୱୁଦ୍ ଆକାରେ ସକଳ ଗ୍ରାସର କାଳମୁଖ ନିର୍ବିଚାରେ—ମଧୁସୂଦନ. ଜୀବନଚିନ୍ତା

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଦୁର୍ଗମ୍ୟ —୧. Difficult to pass along.
୨. ଦୁଷ୍ପ୍ରାପ୍ୟ — ୨. Difficult to be attained or understood.
୩. କାର୍ଯ୍ୟରେ ପରିଣତ ହେବାର କଷ୍ଟସାଧ୍ୟ — ୩. Hard to be carried out or followed.