ଦୁର୍ଗମ
ଦେଖଣା
ଦୁର୍ଗମ
ଉଚ୍ଚାରଣ
[ସମ୍ପାଦନା](ଦୁର୍ଗମତା—ବି)
ସଂସ୍କୃତ - ବିଶେଷଣ - (ଦୁର୍+ଗମ୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଯହିଁରେ ଯିବା ଆସିବା କଷ୍ଟକର — ୧. Impassable.
- ୨. ଯେଉଁଠାରେ ଯିବା ଆସିବା ଅତି କଷ୍ଟକର — ୨. Inaccessible; defficult of access.
- ୩. ଦୁର୍ଭେଦ୍ୟ —୩. Impenetrable.
- ୪. ଦୁଲଭ —୪. Difficult to get; rare.
- ୫. ଦୁର୍ଜ୍ଞେୟ —୫. Difficult to understand.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅସୁରବିଶେଷ (ଜ୍ଞାନେନ୍ଦ୍ର) — ୧. Name of a demon.
- ୨. ଦୁର୍ଗ; ଗଡ଼; ଜିଲ୍ଲା (ହିନ୍ଦୀ - ଶବ୍ଦସାଗର) —୨. Fort.
- ୩. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) — ୩. A name of Bishṇu.
- ୪. ବନ (ହିନ୍ଦୀ - ଶବ୍ଦସାଗର) —୪. Forest.
- ୫. ସଙ୍କଟମୟ ସ୍ଥାନ (ହିନ୍ଦୀ - ଶବ୍ଦସାଗର) — ୫. A place oof danger.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ଅବସ୍ଥାରେ ଗମନାଗମନ କରିବା ବା ଚଳାଚଳ ହେବା କଷ୍ଟକର —୧. (condition) in which it is difficult to walk or come out.
- ୨. ଅତିରେକ; ଅତ୍ୟଧିକ —୨. Excessive.
(ଯଥା—ଅଜି ଦୁର୍ଗମ ବର୍ଷା ହେଉଅଛି)
ବିଶେଷ୍ୟ -
[ସମ୍ପାଦନା]ବର୍ଷା ଓ ଝଡ଼ମୟ ପାଗ — Rainy and windy weather.