ଦୁର୍ଗା ପୂଜା
ଦେଖଣା
ଦୁର୍ଗା ପୂଜା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶାରଦୀୟ ଦର୍ଗୋତ୍ସବ — ୧. The Durgāpūjā festival in the mounth of Āṡwina.
[ଦ୍ରଷ୍ଟବ୍ୟ —ଏହା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ କରାଯିବା ଉତ୍ସବ ଏହାକୁ ଶାରଦୀୟ ଦୁର୍ଗାପୂଜା ବୋଲାଯାଏ ଆଶ୍ୱିନ ଶୁକ୍ଳପ୍ରତିପଦ ଦିନ ନବଦିବ ପୂଜା ଆରମ୍ଭହୁଏ ଏବଂ ଆଶ୍ୱିନ ଶୁକ୍ଳ ଚତୁର୍ଥ ଦିନ ପାଞ୍ଚାହ ପୂଜା ଆରମ୍ଭ ହୁଏ ଆଶ୍ୱିନ ଶୁକ୍ଳ ସପ୍ତମୀ ଦିନ ମୃଣ୍ମୟୀ ଓ ଘଟ ପ୍ରତିମା ସ୍ଥାପିତ ହୁଏ ଅଷ୍ଟମୀ ଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ ନବମୀ ଦିନ ପୂଜାଁ ଓ ବଳିଦାନ କରା ଯାଏ ଦଶମୀଦିନ (ବିଜୟା ଦଶମୀ) ପ୍ରତିମା ଓ ଘଟ ବିସର୍ଜନକରା— ଯାଏ ସାଧାରଣତଃ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ପୂଜାର ଖୁବ୍ ଧୂମ୍ଧାମ୍ ଲାଗେ ଏହି ସମୟରେ ଆମ ଦେଶରେ ସ୍କୁଲ୍ ଓ କଚେରୀ ପ୍ରଭୂତି ବନ୍ଦ ରୁହେ]
- ୨. ବାସନ୍ତିକ ଦୁର୍ଗୋତ୍ସବ —୨. The Durgāpūjā festival performed in the spring season (viz. in the month of Chaitra).
[ଦ୍ରଷ୍ଟବ୍ୟ —ଚୈତ୍ର ଶୁକ୍ଳ ପ୍ରତିପଦଠାରୁ ବାସନ୍ତିକ ଦଶମୀ ପର୍ଯ୍ୟନ୍ତ ନବ ଦିନ ପୂଜା ହୁଏ ଏହାକୁ ବାସନ୍ତିକ ଦୂର୍ଗୋତ୍ସବ ବୋଲାଯାଏ]