Jump to content

ଦୁଲଭା

ଉଇକିଅଭିଧାନ‌ରୁ

ଦୁଲଭା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁରାଇଭା; କିନ୍ତୁ ଦୁରାଲଭା ବା ଦୁରାଲଭା ବା ଦୁର୍ଲଭା ଭିନ୍ନ ଗଛ)

[ସମ୍ପାଦନା]
୧. ତୁଳସୀ ଜାତୀୟ ତୀବ୍ର ସୁଗନ୍ଧଯୁକ୍ତ ଗୁଳ୍ମ ବିଶେଷ —୧. Ocimum Basillicume; Ocimum Canum (Kirtikar).

[ଦ୍ରଷ୍ଟବ୍ୟ —ଏହାର ସାବଜା ପତ୍ର ତୁଳସୀ ପତ୍ର ଅପେକ୍ଷା ବଡ଼ ଓ ମସୃଣ; ଫୁଲ ତୁଳସୀର ଜଟା ପରି (ଫୁଲର କଢ଼ କଳା ଓ ଫୁଟିଲା ଫୁଲ ଧଳା) ଏହାକୁ ମୁସଲମାନ୍ମାନେ ଫାତିଆ ଆଦି ଉପଲକ୍ଷ—ରେ (ହିନ୍ଦୁମାନେ ତୁଳସୀପତ୍ର ବ୍ୟବହାର କଲା ପରି) ବ୍ୟବହାର କରନ୍ତି ଏହାର ପତ୍ରର ରସ ଓ ମୂଳର କ୍ୱାଥ ସେବନ କଲେ କୃମି, କୁଷ୍ଠ, କଫ, ବାତ, ବିଷ, ଶ୍ୱାସ, କାଶ, ଦୌର୍ଗନ୍ଧ୍ୟ, ମଳରୋଧ, ଆନାହ, ଶୂଳ, ଅଗ୍ନିମାନ୍ଦ୍ୟ ଓ ଚର୍ମରୋଗ ଉପଶାନ୍ତି ହୁଏ ହସ୍ତ ଓ ପାଦର ଶୋଥରେ ଏହାର ପତ୍ରର ପ୍ରଲେପ ହିତକର ଏହାର ବୀଜ ଦାହ ଓ ବେଦନା ଯୁକ୍ତ ମୂତ୍ରକୃଚ୍ଛ୍ରରେ ପ୍ରୟୋଗ କରାଯାଏ]

୨. ସ୍ତ୍ରୀଲୋକଙ୍କ ନାମ —୨. A name given to females.