Jump to content

ଦୁହିଁବା

ଉଇକିଅଭିଧାନ‌ରୁ

ଦୁହିଁବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦୁହାଁଯିବା, ଦୁହାଁହେବା—କର୍ମବାଚ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଦୁହ୍ ଧାତୁ)

[ସମ୍ପାଦନା]
୧. ଦୋହନ କରିବା —୧. To milk.

ନବମେ ପୃଥୁ ରୂପ ଧରି, ବଳେ ଦୁହିଁଲେ ବସୁନ୍ଧରୀ ଜଗନ୍ନାଥ. ଭାଗବତ

୨. (ଲକ୍ଷଣାର୍ଥ) ଦୁଧ ଦୁହିଁଲା ପରି କୌଣସି ବ୍ୟକ୍ତିଠାରୁ ଧନ ଆଦି ନିଃଶେଷ କରି ନେବା — ୨. (figurative) To squeeze money etc from a person; to fleece a person

ହରି ଜନ୍ମିଲେ ରାଜା କୁଳେ ଭୂମିକି ଦୁହିଁ ବାହୁ ବଳେ ଜଗନ୍ନାଥ ଭାଗବତ

୩. ଦୁଧ ଦୁହିଁଲା ପରି କୌଣସି ବସ୍ତୁକୁ (ଧାନ କେଣ୍ଡାରୁ ଧାନ ଗୁଡ଼ିକ) ଦୁଇ ଆଙ୍ଗୁଠିଦ୍ୱାରା ଚିପି ଉଞ୍ଛି ଆଣିବା — ୩. To press a thing with two fingers in order too squeeze something out of it.

ବଇଜି ଆଖଣ୍ଡଳ ଧେନୁକୁ ଛାଗଗଳ ଚମକୁ ଚିର ବୋଲି ଦୁହିଁଲି ଗୋ କବିସୂର୍ଯ୍ୟ. ସଙ୍ଗୀତ