ଦୂରଦର୍ଶୀ
ଦେଖଣା
ଦୂରଦର୍ଶୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୂର+ ଦୃଶ୍ ଧାତୁ+ କର୍ତ୍ତୃ. ଇନ୍, ୧ମା.୧ବ)
[ସମ୍ପାଦନା]- ୧. ଯେଉଁ ଲୋକ ଅନେକ ଦୂରରୁ ଦେଖିପାରେ; ଦୂରଦୃଷ୍ଟି; ଦୀର୍ଘଦୃଷ୍ଟି —୧. Far-seeing; capable of seeing from a great distance.
- ୨. ଯେଉଁ ବ୍ୟକ୍ତି ନିଜର ବୁଦ୍ଧିବୃତ୍ତ ଓ ଅନୁଭବଦ୍ୱାରା ଭବିଷ୍ୟତ୍ ଘଟନା ଜାଣିପାରି ତଦନୁସାରେ ଚଳେ; ପରିମାଣଦର୍ଶୀ —୨. Prudent; having foresight.
- ୩. ବିଜ୍ଞ; ବୋଦ୍ଧା; ଜ୍ଞାନୀ —୩. Wise.
- ୪. ବୁଦ୍ଧିମାନ୍ —୪. Intelligent.
- ୫. ପଣ୍ଡିତ —୫. Learned.
(ଦୂରଦର୍ଶନୀ—ସ୍ତ୍ରୀ)
ବିଶେଷ୍ୟ -
[ସମ୍ପାଦନା]ଗୃଧ; ଶାଗୁଣା —A vulture.
ବିଭୀଷଣ ଦୂରଦର୍ଶୀ ଅଦ୍ଭୁତ ଖଗ ନାରାସି ସଜୀବେ ପଳ ଖଣ୍ଡନ ଯହୁଁ ଯେ ଭଞ୍ଜ. ବୈଦେହୀ ବିଳାସ