Jump to content

ଦୃଷ୍ଟାନ୍ତ

ଉଇକିଅଭିଧାନ‌ରୁ

ଦୃଷ୍ଟାନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହିନ୍ଦୀ - ଦୃଷ୍ଟ+ଅନ୍ତ=ଶେଷ; ବିଷୟ; ପରିଚ୍ଛେଦ; ଅନୁଭୁତି ଆଦିର ଶେଷଫଳ ଯହିଁରେ)

[ସମ୍ପାଦନା]
୧. ନମୁନା —୧. Model; patter.


୨. ନିଦର୍ଶନ; ଉଦାହରଣ —୨. An example; illustration; instance.
୩. ତୁଳନା; ଉପମା —୩. Comparision.
୪. ଗଣନା; ଉଲ୍ଲେଖ — ୪. Enumeration; mention.
୫. ଉପମାନ, ତୁଳନା କରାଯିବା ବସ୍ତୁ — ୫. An object of comparision.
୬. (ଅଳଙ୍କାର ଶାସ୍ତ୍ର) ପରସ୍ପର ତୁଲ୍ୟଧର୍ମାବଲମ୍ୱୀ ଦୁଇ ବସ୍ତୁର ସାଦୃଶ୍ୟ ନିର୍ଦ୍ଦେଶାର୍ଥକ ଅଳଙ୍କାର — ୨. A simile (rbhetorical figure).

ଚନ୍ଦ୍ରକୁ ଚକୋର ଜଳଧର ଚାଳକ, ସାୟେ ତୋତେ କରି ଥାଇ ମୁଆଶ୍ରୀ ଅନେକ, ଧାତା ନଟକାର ପରି, ଦେଖାଇତ ହରି ନେଲା କନକ ଗଉରୀ ଭଞ୍ଜ. ପ୍ରେମସୁଧାନିଧି

[ଦ୍ରଷ୍ଟବ୍ୟ —ସାଧାରଣ ଧର୍ମବାଚକ ପଦ ଦ୍ୱୟ ଅପାତତଃ ଭିନ୍ନାର୍ଥ— ବୋଧକ ହେଲେହିଁ. ଯେଉଁଠାରେ ସାଧାରଣଧର୍ମର ବିମ୍ୱ ପ୍ରତିବିମ୍ୱ ଭାବ ଦ୍ୱରା ବାକ୍ୟ ଦ୍ୱୟର ଉପମାନ ଓ ଉପମେୟ ଭାବ ପରିସ୍ଫୁଟ ହୁଏ ସେଠାରେ ଦୃଷ୍ଟାନ୍ତ ଅଳଙ୍କାର ହୁଏ କୁଳମଣି ଅଳଙ୍କାର ତରଙ୍ଗୀଣୀ]

୭. ନୀତି କଥା —୭. A book of moral lessons; perable.
୮. ମୃତ୍ୟ —୮. Death.
୯. ଶାସ୍ତ୍ର —୯. Scripture.