Jump to content

ଦେଉଳ

ଉଇକିଅଭିଧାନ‌ରୁ

ଦେଉଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେବାଳୟ; ଦେବକୁଳ)

[ସମ୍ପାଦନା]

ଦେବ ମନ୍ଦିର; ଦେବାଳୟ —Temple.

[ଦ୍ରଷ୍ଟବ୍ୟ —ଦେଉଳମାନ ଗଠନରୀତ ଅନୁସାରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ଯଥା—୧ ଏକରଥ—ଏହା ପ୍ରଚୀନ ଶ୍ରେଷ୍ଠ ଦେଉଳ ୨ ତ୍ରିରଥ—ଏହା ବ୍ରାହ୍ମଣ ଜାତୀୟ ୩ ପଞ୍ଚରଥ—ଏହା କ୍ଷତ୍ରିୟ ଜାତୀୟ ୪ ସପ୍ତରଥ—ଏହା ବୈଶ୍ୟ ଜାତୀୟ ୫ ନବରଥ— ଏହା ଶୂଦ୍ର ଜାତୀୟ ଜଗବନ୍ଧୁ, ପ୍ରାଚୀନ ଉତ୍କଳ ଦେଉଳର ବିଭିନ୍ନ ଅଂଶମାନଙ୍କର ନାମ ଯଥା—୧ କଳସ, ୨ କର୍ପୂରୀ, ୩ ଅଅଁଳା ବା ଆମଳକ, ୪ ବେକୀ, ୫ ଘାଟଚକ୍ର, ୬ ବିମାନ, ୭ ରାହାପାଗ, ୮ ଅନାର୍ଥପାଗ, ୯ କନକ ପାଗ, ୧ ଦ୍ୱିତୀୟ ଜଙ୍ଘା, ୧୧: ଦ୍ୱିତୀୟ ବରଣ୍ଡୀ, ୧୨: ବନ୍ଧନ, ୧୩: ପ୍ରଥମ ବରଣ୍ଡୀ, ୧୪: ପ୍ରଥମ ଜଙ୍ଘା, ୧୫: ପୃଷ୍ଠ ବା ପୀଠ ଭିତରର ଅଂଶମାନ ଯଥା—୧ କାନ୍ଥ, ୨ ଗମ୍ଭୀରା, ୩ କନକ, ୪ ଅନର୍ଥ, ୫ ରାହାପାଗ ଦେଉଳର ଚିତ୍ର ପାଇଁ ଏ ଚତୁର୍ଥ ଖଣ୍ଡର ଶେଷରେ ପରିଶିଷ୍ଟ ଦେଖନ୍ତୁ

ଦେଉଳଶବ୍ଦଯୁକ୍ତ କେତେଗୁଡ଼ିଏ ପ୍ୱଚନ ଯଥା ===

୧. ଦେଉଳକୁ ମୁକୁଶିଆଳି ଗିଳିଲା (ବଳିଲା) ନ୍ୟାୟ
୨. ଦେଉଳ ତୋଳେଇଲେ ନାଆଁ ପଡ଼େ, ନଇଲେ ବାଟରେ ହଗିଲେ ନାଆଁ ପଡ଼େ
୩. ଦିଁଅଗିଳି ଦେଉଳ ଗିଳିବା ନ୍ୟାୟ