Jump to content

ଦେଖି ପାରିବା

ଉଇକିଅଭିଧାନ‌ରୁ

ଦେଖି ପାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) ସ୍ନେହ ବା ଆଦର କରିବା — ୧. (figurative) To like to love.

ସେ ମୋତେ ବଡ଼ ଦେଖି ପାରେ ଅନ୍ଧାର ରାତିରେ ଉକୁଣି ମାରେ—ଢ଼ଗ

[ଦ୍ରଷ୍ଟବ୍ୟ —ଆଧୁନିକ ଓଡ଼ିଆ ଲେଖକମାନେ ବଙ୍ଗଳା 'ଭାଲ ବାସା' ଓ 'ଭାଲ ପାଓୟା' ଶବ୍ଦକୁ ଓଡ଼ିଆରେ 'ଭଲ ପାଇବା' ବୋଲି ଅନୁବାଦ କରନ୍ତି ମାତ୍ର ଏହାର ଶୁଦ୍ଧ ଓଡ଼ିଆ ପ୍ରତିଶବ୍ଦ 'ଦେଖି ପାରିବା' ଓ 'ସୁଖ ପାଇବା'

ଯଥା—ସାଆନ୍ତାଣୀ ମୋତେ ଭାରି ଦେଖି ପାରନ୍ତି ମୁଁ ମିଠେଇ ଖାଇବାକୁ ଭାରି ସୁଖ ପାଏ]

୨. କୌଣସି ବ୍ୟକ୍ତିର ସୁଖ ବା ଦୁଃଖ, ଅଭ୍ୟୁଦୟ ବା କଷ୍ଟ ଆଦି ଦେକି ସନ୍ତୁଷ୍ଟ ହେବା — ୨. (figurative) To be pleased with the good or bad condition of another person.

(ଯଥା—ସେ ମୋ ସୁଖ ଦେଖି ପାରୁ ନାହିଁ)

୩. ଦେଖିବାକୁ ସମର୍ଥ ହେବା — ୩. To be able to see.
୪. ଦୃଷ୍ଟି ଶକ୍ତିକୁ ଫଳତଃ ବ୍ୟବହାର କରିବା — ୪. To exercise one's eye-sight.

(ଯଥା—ମତେ ଚାଳିଶା ଧରିବାକୁ ବିନା ପ୍ରଚକ୍ଷୁରେ ମୁଁ ରାତିରେ ପୋଥି ଦେଖି ପାରୁ ନାହିଁ)


୫. ଅନୁଭବଦ୍ୱାରା ପୂର୍ବରୁ ଉପଲବ୍ଧ କରିବା — ୫. To realise beforehand by experience.

(ଯଥା—ତୋର ପଢ଼ା ଢଙ୍ଗରୁ ମୁଁ ଦେଖି ପାରୁଛି ଯେ, ତୁ ଏ ବର୍ଷ କ୍ଲାସ୍ ଉଠିବୁ ନାହିଁ)